ତମେ ଭୁଲିଗଲ
ତମେ ଭୁଲିଗଲ
ହଁ,
ତମେ ଭୁଲିଗଲ
ମତେ ଅଜଣା ଅତିଥି ପରି
ଆପଣେଇ ନେଲି
ବୁଝିବା ବଦଳରେ ବଦଳିଗଲ !
ଭାବିଦେଖ ଥରେ
ଏତେ ନିଜର ହେଲାପରେ
ଢେର ଗପିଲା ପରେ
କେମିତି ବିତୁଛି ମୋ ଦିନ ମୋ ରାତି
ଯେବେ ସମୟଟିଏ
ଝଞ୍ଜା ହେଇସାରିଥାଏ ସାଥି ପାଇଁ
ଯେବେ ସେଇ ସମୟ ଅତିକ୍ରାନ୍ତ କରେ
ସାଥୀର ଅନୁପସ୍ଥିତିରେ
ଝଡ଼ଉଠେ ତାକୁ ଖୋଜୁଥିବା ହୃଦୟରେ
ଆଖିରୁ ବହି ଅପେକ୍ଷାର ନୀର
ଭିଜେଇ ଦିଏ ଓଠ
ନିରବି ଯାଏ, ଖୋଜି ଖୋଜି
ଭିଜା ଭିଜା ଅଦେଖା କୋହ ।।