STORYMIRROR

Apalata Aruk

Abstract

2  

Apalata Aruk

Abstract

ତମେ ଆସିବ ବୋଲିତ

ତମେ ଆସିବ ବୋଲିତ

1 min
3.1K

ତମେ ଆସିବ ବୋଲିତ

ସାାଦରେ ସଯତ୍ନେ ଅତି

ଋତୁରାଜ ବସନ୍ତ ପାଖକୁ

ଲେଖିଛି ମୁଁ ବିନୟ ପତର,


ମହମହ ଫୁଲ ଆଞ୍ଜୁଳାରେ

କୋକିଳର ପଞ୍ଚମ ତାନରେ

ତୁୁୁମକୁ ସେ କରିବ ସ୍ୱାଗତ

ସିିିଞ୍ଚିଦେଇ ମଳୟ ଅତର


କେଉଁ ମାହେନ୍ଦ୍ର ଲଗ୍ନରେ

ପ୍ରିିିୟସଖା ତମେ ଆସିବଯେ

ଭାବିିି ଭାବିି ଅହର୍ନିଶ

ପ୍ରାଣ ମୋର ହେଲାଣି ଆତୁର


ତମେ ଆସିଲେ ତ ଅନ୍ତହେବ

ସୀମାହୀନ ପ୍ରତୀକ୍ଷା ମୋହର

ପ୍ରୀତିସ୍ନିିିଗ୍ଧ ସାନ୍ନିିଧ୍ୟ ତୁମର

ମୋତେ କରୁଥିବ ତନ୍ମୟ ବିଭୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract