STORYMIRROR

SARATA KUMAR DAS

Romance

4  

SARATA KUMAR DAS

Romance

ତମେ ଆସିବ ବୋଲି -୧୧

ତମେ ଆସିବ ବୋଲି -୧୧

1 min
329


ଜଳୁଛି ମୁଁ ଅନିର୍ବାଣ ଦୀପଟିଏ

କେଉଁ ଏକ ଅନନ୍ତ କାଳରୁ

ହାତରେ ମୋ ମଲ୍ଲୀଫୁଲ ମାଳ

କାପାଳେ ଟିପି ଟିପି ଚନ୍ଦନର ଟିପା

ମହମହ ମହକୁଛି ଚଉଦିଗ

କେଉଁ ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତରୁ ;

ଜଳୁଛି ମୁଁ ସେହି ଦିନୁ

ଯେବେ ଠାରୁ ମୁଁ ଜାଣିଲି ତମକୁ

ଯେବେ ଠାରୁ ତମ ସହ ନୀବିଡତା

ଯେବେ ଠାରୁ ଜୋର୍ କରି ଛଡେଇ ନେଲ

ମୋ ଚୌହଦିରୁ ମୋ ସିକ୍ତ ସତ୍ତାକୁ ।


ତମେ ଆସିବ ବୋଲି ତ

ମୋ ହୃଦୟରେ ବାନ୍ଧିହୋଇ ରହିଥିବା

ତମ ସବୁଜ ସ୍ମୃତି ସବୁ  

ଲମ୍ବି ଲମ୍ବି ଯାଉଛି ଭୂମିରୁ ଭୂମାକୁ

ଖିଲି ଖିଲି ହସୁଛି ମୋ ଆତ୍ମାରେ

ତମ ପ୍ରତିବମ୍ବ ପାଇବାକୁ ନୀଳସ୍ପର୍ଶ ଟିକେ

ଏକ ନୀଳ ଉନ୍ମାଦନାର ନିଭୃତ କକ୍ଷରେ  ।


ବିଶ୍ବାସ ଓ ଅବିଶ୍ବାସ 

ଆଶା ଓ ନିରାଶାର ପଶାପାଲିରେ

ବାଜିଲଗାଇବା କଷ୍ଟ ମୁଁ ଜାଣିଛି

ଜିତିବା ହାରିବାର ଗଭୀର ଅନ୍ତର୍ଦାହରେ

ଯାହା ମୁଁ ଆଉଟୁ ପାଉଟୁ ହେଉଛି ,

ସହରର ସବୁ ବତୀ ଲିଭିଗଲା ପରେ

ଲଗାମହୀନ ମନ ମୋର ତମକୁ ଖୋଜୁଛି 

କେବଳ ତମକୁ , କେବଳ ତମକୁ ।


ତାଳୁ ଠାରୁ ତଳି ପା' ଯାଏ

ଅନ୍ତରରୁ ଅନ୍ତରୀକ୍ଷ ଯାଏ

ପ୍ରତିଟି ନିଶ୍ବାସ ମୋର ବିଗଳିତ

ବିଶ୍ବାସର ଯେତେ ବିଖଣ୍ଡିତ ସ୍ତର 

ଧୀରେ ଧୀରେ ବହଳ ହେଉଛି

ରାଗ ଅନୁରାଗର ଯେତେ ସମ୍ମୋହନ

ସଶକ୍ତ ହେଉଛି ଆହୁରି 

ମୁଲାୟମ ତକ୍ତପୋଷ ପଲଙ୍କର ରିକ୍ତ ଶଯ୍ୟା

ତମ ପ୍ରତୀକ୍ଷାରେ ଯାହା ଲୁହ ଢାଳୁଅଛି 

ରଙ୍ଗ ବେରଙ୍ଗର ଫୁଲେ ଯାହା ସଜେଇ ହୋଇଛି

ଖାସ୍ ତମେ ଆସିବ ବୋଲି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance