ତମ ପାଇଁ ............
ତମ ପାଇଁ ............
ତମେ ଭାବୁଛ କି
ଯାହା ମୁଁ ଲେଖୁଛି
ତମ ପାଇଁ
ସବୁ ଖାଲି ମିଛ
କବିର କଳ୍ପନା
ପ୍ରେମ ମାଧୁରୀ ନାହିଁ
ତମେ ମୋ ପାଇଁ
ମଧୁ ଝରା ଜ୍ୟୋସ୍ନା
ଗହରିଆ ଅମାନିଶା
ତମେ ବଂଶୀ ଧ୍ବନି
ମୋ ହୃଦୟତନ୍ତ୍ରୀରେ
ତୋଳିଛ ଲହରୀ ଭାଷା
କହିବିନି ଯଦି
ସେ ଭାଷା ତମକୁ
ଅନ୍ତରେ କୁହୁଳୁ ଥିବି
ମିଛ ଭାବିବନି
ତମ ପାଇଁ ମୁହିଁ
ଚିରକାଳ ଯୋଗୀ ହେବି