STORYMIRROR

puja pradhan

Romance Inspirational

3  

puja pradhan

Romance Inspirational

ତମ ପାଇଁ

ତମ ପାଇଁ

1 min
405

ବିଶ୍ୱାସ ଓ ଭରସା ସବୁ କିଛି ମୋର ତୁ

  ନିଜେ ମୁଁ ଜାଣେନା

 ତୋତେ କେତେ ଭଲ ପାଏ ମୁଁ

  କେତେ ରାତି ଉଜାଗର ରହିଛି ତୋ ପାଇଁ

 ସେ ଭିଜା ବର୍ଷା ରାତି ସାକ୍ଷୀ

  ଅଛି ମୋ ପାଇଁ

 ଏକା ଏକା କେତେ ଲୁହ ଢାଳିଛି ତୋ ପାଇଁ

  ପାଗଳଙ୍କ ପରି ତୋତେ ଚାହେଁ ଜଣା ନାହିଁ

 ତୁମେ ହିଁ ମୋ ଜୀବନର

  ଅଲିଭା କାହାଣୀ

 ମୋ ମନର ରାଜା ତୁମେ

   ମୁଁ ଯେ ତୁମ ରାଣୀ

  ତୁମେ ହିଁ ଶିଖାଇ ଥିଲ ପ୍ରେମର ମାନେ

   ହେଲେ ଆଜି କାହିଁକି ସେ କଥା

  ନାହିଁ ତୁମକୁ ମନେ 

 ଗୋଟିଏ ମୁହୂର୍ତ୍ତ ତୋତେ ଭୁଲି ନାହିଁ ମୁଁ

  ନିଜ ଠାରୁ ତୋତେ କେତେ ଭଲପାଏ ମୁଁ

 ତୁମ ହାତରେ ଯେବେ ଥିଲା ମୋର ହାତ

  ଅଧିକ କିଛି ମାଗି ନାହିଁ

  କହୁଛି ମୁଁ ସତ

 ଦିପଟ ଶଙ୍ଖା ଓ ଟୋପାଏ ସିନ୍ଦୂର

   ସେ ଥିଲା ମୋ ପାଇଁ ତୁମ ଉପହାର

 ସାତ ଜନ୍ମ ପାଇଁ ତୁମେ

   ସାଥୀ ଯେ ମୋହର

  ମୋ ହୃଦୟର କଥା ସବୁ

   ତୁମେ ତ ଜାଣିଛ

  ମୋର ଏ ମନକୁ ତୁମରି

   ପ୍ରେମରେ ସଜେଇଛ

କେବେ ଯଦି ରାଗିଯାଏ

  କଥାରେ କଥାରେ

  କାହିଁକି ରାଗିଛି ବୋଲି ପଚାର ନୀରବରେ

 ଥରୁଟିଏ ହସିଦିଅ କୁହ ମୋ ପାଇଁ

  ତୁମେ ନ ହସିଲେ ଦିନଟି

  ଅଶାନ୍ତ ସମୁଦ୍ର ମୋ ପାଇଁ

  ଲହଡ଼ି ଧୋଇନିଏ ସମୁଦ୍ର ବେଳାଭୂଇଁ

  ହେଲେ ତୁମରି ଟୋପାଏ ଲୁହ

 କେତେ ଯେ ଅଶାନ୍ତ ଝଡ଼

   ମୋ ମନକୁ ଆଣେ ତୁମେ ଜାଣ ନାହିଁ

  ମନର ମାନ ଅଭିମାନକୁ 

  ଦୁରକୁ ପିଙ୍ଗି ଦେଇ ତୁମରି କଥାରେ

   ଧୀରେ ଧୀରେ ଲାଜେଇ

   ଯାଉ ଥିଲି ମୁହିଁ

 ବେଶୀ ଅଭିମାନ ଯେବେ

   କରୁ ଥିଲି ମୁହିଁ

  ଲାଲ ଗୋଲାପ ଆଣି କହୁଥିଲ

   କେବଳ ତୁମପାଇଁ 



Rate this content
Log in

Similar oriya poem from Romance