STORYMIRROR

Bishnu Mahanand

Romance

2  

Bishnu Mahanand

Romance

ତମ ପାଇଁ ମୋ ପ୍ରେମ

ତମ ପାଇଁ ମୋ ପ୍ରେମ

1 min
4.4K



"ତମ ପାଇଁ ମୋ ପ୍ରେମ"
-ବିଷ୍ଣୁ ନାରାୟଣ ମହାନନ୍ଦ

କେଡେ ମନଲୋଭା ସତେ
ତୁମ ଓଠରୁ ଝରିପଡୁଥିବା
ତୁମ ଚିକ୍ ଚିକ୍ ହସ
କୁହ ତ
କିଏ ବା ଭଲ ପାଇବନି???
ଖାଲି ଚିକ୍ ଚିକ୍ ହସ ପାଇଁ ନୁହେଁ
ତୁମ ସ୍ନିଗ୍ଧ ସୁନ୍ଦର ହୃଦୟ
ଯାହା ବିଞ୍ଚିଦିଏ
କୋମଳତା ଆଉ ଶୀତଳତା।
ମୁଁ ବି ସେଇମାନଙ୍କ ଭିତରୁ
ଜଣେ ପାଗଳପ୍ରେମିକ
ପ୍ରକୃତିର...ପ୍ରକୃତିର ସୁନ୍ଦର ସୃଷ୍ଟି ର।।
ହେଲେ ତୁମେ ଏତେ ଦୁରେ କିଆଁ
କଥା ହବା ଦୂରେ ଥାଉ
ଆଖିଟେକି ଥରୁଟିଏ ଦେଖ ନାହିଁ।
ଅନେକ ବିନିଦ୍ର ରାତି ବିତିଯାଏ
ତୁମ ଭାବନାରେ
ଚିଠି ପରେ ଚିଠି ଲେଖି
ସରି ଯାଏ ଖାତାରୁ କାଗଜ, କଲମରୁ କାଳି
ହେଲେ ତୁମ ଉତ୍ତର କିଛି ଫେରନା ।।
ତୁମେ ପଢ଼ କି ଚିରିଦିଅ
ସେକଥା ମୁଁ ଜାଣି ପାରେନା
କେମିତି ବା ଜାଣିବି
ପ୍ରତ୍ୟୁତ୍ତର ପାଇଲେ ତ।।
ଆଉ ଲେଖୁନି ମୁଁ
ତୁମ ନିକଟକୁ ପ୍ରେମର ସେ ଦୁଇ ଧାଡି
କହୁନ କାହା ପାଇଁ???
ଉତ୍ତର ଯେ ଫେରନା କିଛି।।
ଖାସ ତୁମରି ପାଇଁ
ମୋ କଲମର ଶବ୍ଦସବୁ
ଏକାଠି ମିଶି ଗୁମୁରି କାନ୍ଦନ୍ତି
ଆଉ ଜାଣିନିଅ
ମେଳି ବି ବାନ୍ଧୁଛନ୍ତି
ତୁମ ବିରୁଦ୍ଧରେ
ସଂଗ୍ରାମ ପାଇଁ।
ଯଦି ତମେ ଉତ୍ତର ନଦେଵ
ସେଇ ଶବ୍ଦସବୁ ବୋହିଯିବେ
ଝର ଝର ଝରଣା ଟେ ହୋଇ।।
ପୁଣି ଚମକିବେ ନୀଳ ଆକାଶ ରେ
ପୂର୍ଣ୍ଣିମା ର ଚନ୍ଦ୍ରମା ହୋଇ।।
କେବେ ପୁଣି ପାଲଟିବେ
ଦୁଇ ଧାଡି ବିପ୍ଳବ ର ଭାଷା
ଗରିବ, ଦଳିତ, ଶୋଷିତଙ୍କ ପାଇଁ।।
ଦୂରଭାଷ-9777504003


Rate this content
Log in

Similar oriya poem from Romance