STORYMIRROR

Bishnu Mahanand

Inspirational Others

3  

Bishnu Mahanand

Inspirational Others

ଶ୍ରଦ୍ଧାଞ୍ଜଳୀ ସଞ୍ଜଳୀ

ଶ୍ରଦ୍ଧାଞ୍ଜଳୀ ସଞ୍ଜଳୀ

1 min
477


ବିଷ୍ଣୁ ନାରାୟଣ ମହାନନ୍ଦ

ଜଳିଗଲୁ ହୁତୁ ହୁତୁ ହେଇ

ରୁଗଣ ମାନସିକତାର ନିଆଁରେ

ଜାଳିଦେଲେ ଜଣେ ନିଷ୍ପାପ ଝିଅକୁ

ସତେ ଦେଖେଇ ଦେଲେ ପୁରୁଷପଣିଆକୁ !

ଇଏ କଣ ପୁରୁଷପଣିଆ ?

ନାରୀକୁ ପେଟ୍ରୋଲ ଜାଳି

ନାରୀକୁ ବଳାତ୍କାର ଆଉ ଗଣଦୁଷ୍କର୍ମ କରି।।

କୋଉ ଅମରତ୍ବ ପାଉ ଯେ

ନାରୀ ବକ୍ଷର ଦୁଇ ମାଂସ ପିଣ୍ଡୁଳାକୁ ଝୁଣି ଖାଇ

କୋଉ ବିଜୟ ପାଉ ଯେ

ସୃଷ୍ଟି ସର୍ଜନାର ପ୍ରତୀକ

ନାରୀ ଜନନାଙ୍ଗକୁ

କିଛି ମୂହୁର୍ତ୍ତର

ଦେହର ଭୋକ ମେଣ୍ଟେଇବାକୁ

କିଲବିଲ କରୁ।।

ଛି !ତମ ମାନଙ୍କ କୁତ୍ସିତ ମାନସିକତାକୁ

ପୁରୁଷପଣିଆ ଜାହିର କରିବାର ଅଛି ତ

ଶିଖି ନେ ନାରୀକୁ ସମ୍ମାନ,ମାକୁ ସମ୍ମାନ।।

ଖାଲି ଜାଳିଦେଲନି ସଂଜଳୀକୁ

ଜାଳିଦେଲ ନାରୀ ସମାଜକୁ

ନାରୀର ଇଚ୍ଛା,ଅଭିଳାଷ,ଆତ୍ମସମ୍ମାନକୁ।।

ନାରୀର ସ୍ବାଧିନତା

କ'ଣ ତୁମକୁ ଭଲ ଲାଗେନି ?

ଭଲ ଲାଗେନି କି ?

ନାରୀ ବଞ୍ଚିବାର,ସ୍ବପ୍ନ ଦେଖିବାର।।

ହଁ ଭଲ ଲାଗେନି ବୋଲି ତ

ପେଟ୍ରୋଲ ଢାଳି ଜାଳିଦେଲ ସଞ୍ଜଳୀକୁ

ହଁ ଜାଣେ-

ତୁମ ମାନସିକତାକୁ

ତୁମ ମନ ମସ୍ତିଷ୍କ ସେଇଥିରେ ଗଢା ନା

ଧର୍ମ ଆଉ ଧର୍ମଗ୍ରନ୍ଥର

ସେଇ ନାରୀ ବିରୋଧି ଉପାଦାନରେ।।

କ'ଣ ସେମାନେ ବଞ୍ଚି ପାରିଥାନ୍ତେ

ତୁମ କବଳରୁ

ଆଗ୍ରାର ସଞ୍ଜଳୀ

ଆଉ ବଲାଙ୍ଗୀରର ସ୍ନେହଲତା

ଆଉ କେତେ କେତେ ସଞ୍ଜଳୀ ସ୍ନେହଲତା।।

କଣ ତୁମେ କଳ୍ପନା କରି ପାରିବ କି

ନାରୀ ବିନା

ସୃଷ୍ଟିର ସର୍ଜନାକୁ।।

ଏଇ ମହମବତୀ ଜାଳିବାରେ

ଶାନ୍ତି ନା ନ୍ୟାୟ ପାଇବ ସଞ୍ଜଳୀ

ଜାଳିବାର ଅଛି ତ

ଜାଳିଦିଅ ସେଇ ଆତତାୟୀକୁ,

ଦଣ୍ଡ ଦେବାର ଅଛି ତ

ଫାଶି ଖୁଣ୍ଟରେ ଝୁଲେଇ ଦିଅ

ସେଇ ରୁଗଣ ମାନସିକତାଧାରୀ ପୁରୁଷକୁ

ଯାହା ନିକଟରେ ସଞ୍ଜଳୀ ପଡିଥିଲା ବଳି

ଏହା ହେବ ସଞ୍ଜଳୀ ପ୍ରତି ଉତ୍ତମ ଶ୍ରଦ୍ଧାଞ୍ଜଳୀ।।

ଆତତାୟୀମାନଙ୍କୁ

ଜାଳି ଦେଲେ

ଫାଶି ଖୁଣ୍ଟରେ ଝୁଲେଇ ଦେଲେ

ଡରିବେ ତୁମ ପରି ଆତତାୟୀମାନେ

ଥରି ଉଠିବେ ତମ ପରି ଆତତାୟୀମାନେ।।

ଆଉ ଏକୁଟିଆ ବାଟ ଚାଲିବେ ସଞ୍ଜଳୀମାନେ

ଡରିବେନି ସଞ୍ଜଳୀମାନେ

ଆକାଶରେ ଉଡିବେ ସଞ୍ଜଳୀମାନେ

ନିଜ ବହି ଭିତରେ ଲୁଚେଇଥିବା ସ୍ବପ୍ନସବୁକୁ

ସାକାର କରିବେ ସଞ୍ଜଳୀ ମାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational