STORYMIRROR

Bishnu Mahanand

Others

3  

Bishnu Mahanand

Others

ମୋ ପ୍ରେମ ଯାଯାବର ପରି

ମୋ ପ୍ରେମ ଯାଯାବର ପରି

1 min
6.7K


ମୋ ପ୍ରେମ ଯାଯାବର ପରି

-ବିଷ୍ଣୁ ନାରାୟଣ ମହାନନ୍ଦ

ତୁ ଗୋଲାପ ନୁହେଁ ଯେ

ତୋଳି ଆଣି ଥୋଇଦେବି

ମୋ ରଙ୍ଗ ରଙ୍ଗିଆ ଟେବୁଲରେ।।

ତୁ ବୁଲିବିକାଳି ବିକୁଥିବା

ଟୋକେଇର କଣ୍ଢେଇ ନୁହେଁ ଯେ

କିଣି ଆଣି ସଜେଇବି

ମୋ ବେଡରୁମରେ।।

ତୁ କୋଉ ରାଜମହଲର

ରାଜକୁମାରୀ ନୁହେଁ ଯେ

ତୋତେ ଆଣି ରଖିବି

ମୋ ଘରେ ରାଜରାଣୀ ରୂପରେ।।

ତୁ ଗୋଟେ

ଚକ୍ ଚକ୍ ଝଲସୁଥିବା ଜହ୍ନର କିରଣଟେ,

ଝର୍ ଝର୍ ଝରୁଥିବା ପାହାଡି ଝରଣାଟେ।।

ଶୀତଳତା ଦେଖି ଭଲପାଏ ଯେ

ଉଭେଇଯାଉ ରାତି ପାହୁ ପାହୁ,

ତୃଷ୍ଣା ମେଣ୍ଟେଇବା ପାଖକୁ ପାଏ ଯେ

ତୁ ସମୁଦ୍ରକୁ ବହିଯାଉ।।

ଭଲପାଏ ବୋଲି ଢେର ରାତି ଯାଏ ନିରବରେ ଗପେ

ଦିନହେଲେ ତୁ ଯେ ନଥାଉ

ଉଭେଇଯାଉ ଦେଖି ସୂର୍ଯ୍ୟକୁ।।

ତୋ ସ୍ବାଦ ମଧୁର ବୋଲି ମୁଁ

ତୋ କୂଳରେ ଅଟକି ଯାଏ

ହେଲେ କାଳେ ଡେରି ହେଇଯିବ ବୋଲି

ତୁ ବୋହିଯାଉ ସାଗରକୁ।।

ମୁଁ ଭଲପାଏ ବୋଲି

ସବୁ ଖାଲି ଯାଆନ୍ତି ଅପସରି,

ଗପିବାକୁ ମିଳେନା ସାଥିଟିଏ

କାରଣ ମୋ ପ୍ରେମ ତ ଯାଯାବର ପରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍