STORYMIRROR

Bishnu Mahanand

Others

3  

Bishnu Mahanand

Others

ଭାଙ୍ଗିଗଲା ସଂପର୍କର ସେତୁ

ଭାଙ୍ଗିଗଲା ସଂପର୍କର ସେତୁ

1 min
2.9K


ଭାଙ୍ଗିଗଲା ସଂପର୍କର ସେତୁ
-ବିଷ୍ଣୁ ନାରାୟଣ ମହାନନ୍ଦ

ତୁମେ ଆସିଥିଲ ମୋ ଜୀବନେ
ଅଦିନିଆ ବର୍ଷା ବିନ୍ଦୁଟିଏ ହେଇ
ଗ୍ରୀଷ୍ମର ପ୍ରବଳ ରୌଦ୍ରତାପରେ
ଲାଗିଥିଲା କି ଆନନ୍ଦ
ମିଳିଥିଲା ଅନେକ ତୃପ୍ତି ।।
ମନେ ଅଛି ନା ସେଇ ସ୍ମୃତି
ଷ୍ଟାଚ୍ୟ ଛକ ଆଉ ଗାନ୍ଧି ପାର୍କ
ଠିକ ସଂଧ୍ୟା ପାଞ୍ଚଟାରେ
ସେଇ ଆଲାର୍ମ ଘଣ୍ଟା ର ରିଂ।।
ଘଣ୍ଟାକୁ ଦେଖିବାକୁ ନ ଥାଏ ସମୟ
ଏତେ ବ୍ୟସ୍ତତାରେ
ଅପ୍ରସ୍ତୁତ ଭାବେ ପହଞ୍ଚି ଯାଉଥିଲ ତୁମେ।।
ଏପଟେ ଅପେକ୍ଷା କରିଥାଏ ମୁଁ
କୋଚିଙ୍ଗ ସାରି ପହଞ୍ଚେ
ସାଥିରେ ବି ବାଦାମ ଆଉ ଚିପ୍ସ ।।
ଅନେକ ନଟଖଟି କଥା ପୁଣି ଜୋକ୍ସ
ଆଉ କଲେଜ ହାଲଚାଲ
ଜଣା ପଡେନା କେତେବେଳେ
ସରି ଯାଏ ଚିପ୍ସ ପ୍ୟାକେଟ
ବୁଣି ଯାଏ ଚିନାବାଦାମ ର ଚୋପା ଏଣେ ତେଣେ।।
ତାପରେ ଆରମ୍ଭ ହୁଏ ଝଗଡା
ଆଉ ଶେଷ ହୁଏ ଘର ବାହୁଡାରେ।।
ଘରକୁ ପହଞ୍ଚିଲେ କଲ୍ କର
ଆଉ କୁହ ତୁମ ମିଠା ମିଠା କଣ୍ଠ ରେ
ସରି ୟାର କାଲି ପୁଣି ଦେଖା ହବ ସେଇ ସମୟରେ।।
ତୁମ କଥାରେ ମୁଲକିନା ହସି ଦିଏ ମୁଁ
କହେ ତୁମକୁ
ଖରାପ ଭାବିବନି ପ୍ଲିଜ
ଚଳିବକି କୁହ
ହେଲେ ଏକ ମିନିଟ ବେଶି।।
ପଦକ କଥାରେ ଖିଲଖିଲେଇ ଯାଅ ତୁମେ
ମୁଁ ବି ରୋକିପାରେନି ନିଜକୁ
ଭାସିଯାଏ ତୁମ ହସ ର ଝରଣାରେ।
ସମୟ ସ୍ରୋତରେ
ସମ୍ପର୍କ ତିଷ୍ଠି ରହେନି
ତୁମେ ଦୂରେଇ ଗଲ
ହୃଦୟ ରେ ବେଶ ଗୋଟେ ଫାଙ୍କା ପଣ।।
ମୋ ପ୍ରେମ ରୂପ ପାଇଲାନି
କେମିତି ବା ରୂପ ପାଇଥାନ୍ତା
ତଥାକଥିତ ଭଗବାନକୁ
ମୁଁ ଶୂନ୍ୟବାଦରେ ବିଶ୍ବାସ କଲାବେଳେ
ତୁମେ ବିଶ୍ବାସ କର ସାକାର ରୂପରେ ।।
ସେଇଥିପାଇଁ ତ
ତୁମ ପୁଞ୍ଜିବାଦ ର ପୃଥିବୀ
ଆଉ ମୋ ଗରୀବି ଆକାଶ
ମିଶିପାରିଲେଣି କେବେ।।
ମତାନ୍ତର ରୁ ମନାନ୍ତର
ତା ପରେ ଭାଙ୍ଗି ଦେଲ
ଗୋଟେ ଗୋଟେ କରି ଇଟା
ଆମ ଭିତରେ ଦୁହେଁ ମିଶି
ଯତ୍ନ ରେ ଗଢିଥିବା
ସେଇ ସଂପର୍କ ସେତୁର।।


Rate this content
Log in