STORYMIRROR

Bishnu Mahanand

Others

2  

Bishnu Mahanand

Others

କେବେ ଆସିବ ଦେବୀ ?

କେବେ ଆସିବ ଦେବୀ ?

1 min
3.1K


କେବେ ଆସିବ ଦେବୀ ?
-ବିଷ୍ଣୁ ନାରାୟଣ ମହାନନ୍ଦ

ଦେବୀ କେବେ ଆସିବ
ମୋ ସମାଜକୁ,ମୋ ପରିବାରକୁ
ଅପେକ୍ଷା କରି କରି
ମୋ ଶାଶୁ ଚାଳିଗଲେଣି
ତଥାପି ଆସିଲନି
ଏବେ ମୋ ବୟସ ବାର୍ଦ୍ଧକ୍ୟରେ।।
କହିଦିଅ ଦେବୀ ମନଖୋଲି
କେବେ ପାଦ ଦେବ
ଏ ଦାରିଦ୍ର୍ଯରେ କାଳାତିପାତ କରୁଥିବା
ଶୂଦ୍ର ଘର ଦ୍ବାରରେ।।
ଅଭିମାନ କରିଛ କି
ଖୋଲି କି କହି ଦିଅ ଥରେ
ଯଥାସମ୍ଭବ ଆରାଧନା କରେ ତୁମକୁ
କୋଉଥି ଅଭାବ ରହିଗଲା ଅବା ଭୁଲ ରହିଗଲା
କହିଦିଅ ଥରେ।।
କରଜ କରିଥିଲି
କିଛି ଚାଷରୁ ପାଇବି ବୋଲି
ହେଲେ ହେଲାନି ବର୍ଷା
ଯାହା କିଛି ହେଲା ପେଟ ପାଇଁ ନିଅଣ୍ଟ
ମାର୍ଗଶୀରରେ ତମ ଆରାଧନା ପାଇଁ
କଲି ସେଇ ଜମି ଖଣ୍ଡକ ବନ୍ଧକ।।
ମୋ ନାତି ପାଇଁ ମିଳେନି ସିଲଟ
ବହିବସ୍ତାନି,ମିଳେନି ପିନ୍ଧିବାକୁ ଭଲ ଜାମାଟେ।।
ତଥାପି ଖାସ ତମ ପାଇଁ ଦେବୀ
ଭକ୍ତିରେ ଲଗାଏ ଧୂପ ଦୀପ ନୈବେଦ୍ୟ
ପୁଜେ ଦେଇ ଭୋଗ ଧାନ ଚୁଡା ଫଳମୂଳ କଦଳୀ।।
ତୁମେ ଧନଧାନ୍ୟର ଦେବୀ
ତୁମରି ସନ୍ତୁଷ୍ଟ ପାଇଁ
ମୋ ଘରେ ତୁମ ପଦାର୍ପଣ ପାଇଁ
ନିଇତି କରେ ଆରାଧନା।।
କେବେ ଆସିବ ଦେବି
କହି ଦିଅ ମନ ଖୋଲି
ନିଇତି କରୁଛି ତୁମ ପୁଜା ଆରାଧନା
ବେଳେ ବେଳେ ଭାବେ
ଏ ନୁହେଁ ତ
ପଣ୍ଡିତ ପୁରୋହିତଙ୍କ
ଗରିବଙ୍କୁ ଶୋଷଣ ଆଉ କଳ୍ପନା।।


Rate this content
Log in