STORYMIRROR

Bishnu Mahanand

Others

2  

Bishnu Mahanand

Others

ମୋ ପ୍ରେମ କ୍ଷଣସ୍ଥାୟୀ

ମୋ ପ୍ରେମ କ୍ଷଣସ୍ଥାୟୀ

1 min
1.5K


ମୋ ପ୍ରେମ କ୍ଷଣସ୍ଥାୟୀ
-ବିଷ୍ଣୁ ନାରାୟଣ ମହାନନ୍ଦ
ନିଇତି ଦେଖାହୁଏ
ଠିକ ଆଠଟାରେ
ବାଳକୋନିରେ ଚା ପିଇବା ସମୟରେ।।
ନୂଆ କରି ଆସିଥିଲ ତୁମେ
ତୁମ ସହ ପରିଚୟ ନ ଥାଏ।।
ସୌନ୍ଦର୍ଯ୍ୟରେ ବାନ୍ଧି ହୋଇ
ଅପଲକ ନୟନେ ତୁମକୁ
ନିତି ନିରିକ୍ଷଣ କରୁଥାଏ
ତମେ ବି ଦଉଥିଲ ନୀରବ ସମ୍ମତି।।
କଥା ହବାକୁ ଇଚ୍ଛା ଥିଲେ ବି
କଠୋର ସମାଜକୁ ଦେଖି
ସୁଯୋଗ ପାଉ ନ ଥାଏ।।
ମୋ କଳ୍ପନା ରାଇଜରେ
ତୁମେ ପାଲଟିଥିଲ
କୋରାପୁଟର ଫୁଲମତି।।
ଇଚ୍ଛା ହୁଏ ଭାରି
ତୁମ ଅଣ୍ଟାରେ ହାତ ଛନ୍ଦି
ପାଦରେ ପାଦ ମିଶେଇ
ଦେଶୀ ମହୁଲି ପିଇ
ଦେଶୀଆ ଗୀତରେ ଝୁମି ନାଚିବାକୁ।।
ହେଲେ କାଇଁ ସେ ସୌଭାଗ୍ଯ
ତମ ଆଉ ମୋ ଭିତରେ
ଦୂରତା ଯେ ଅନେକ ।।<

/div>

ତଥାପି ବି ଲାଗେ ଯେମିତି
ମୋ ଛାତିର ସ୍ପନ୍ଦନ
ତମ ନାଁ ହିଁ ଉଚ୍ଚାରଣ କରେ ବାରମ୍ବାର।।
ମୋ ଭଲପାଇବା ର ଭାଷା ସବୁ
ଶବ୍ଦ ଶବ୍ଦରେ ରହିଯାଏ।।
ସାରା ରାତି ଚେଇଁ
ତୁମ ପାଇଁ ଲେଖିଥିବା
ଚିଠି ର ଠିକଣା ହଜିଯାଏ।।
ତୁମକୁ ନେଇ ଦେଖିଥିବା ସ୍ବପ୍ନ ସବୁ
ସପନରେ ରହିଯାଏ।।
ତମକୁ ଭଲ ପାଇବାଟା
ତମକୁ ନେଇ କରିଥିବା
ଯେତେସବୁ କଳ୍ପନା
ସେଇ ସବୁସ୍ମୃତି
ଚିତ୍ରକରି ଆଙ୍କିଦିଏ
ମୋ ଫେସବୁକର କାନ୍ଥରେ।।
ହେଲେ ଲାଭ କଣ
ଫେସବୁକ ସହ ପରିଚୟ ନ ଥିବା
ଫୁଲମତିଙ୍କର ଯେ ନଜର ପଡେନି।।
ଲାଗେ ଯେମିତି.....
ପାଣିର ଫୋଟକା ପରି
ସମୁଦ୍ର କୂଳର ବାଳିଘର ପରି
ମୋ ପ୍ରେମ କ୍ଷଣସ୍ଥାୟୀ
ଆଉ ମୁଁ ମରୁଭୂମିର ପ୍ରେମିକ।।


Rate this content
Log in