Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnu Mahanand

Others

2  

Bishnu Mahanand

Others

ମୋ ଭାରତୀୟ ସମାଜ

ମୋ ଭାରତୀୟ ସମାଜ

1 min
2.4K


#ମୋ_ଭାରତୀୟ_ସମାଜ
-ବିଷ୍ଣୁ ନାରାୟଣ ମହାନନ୍ଦ

ଏଇ ମୋ ସମାଜ
ଯୁଗ ଯୁଗ ଧରି ପୁଜୁଥାଏ
ଦେବ ଦେବୀ
ଠାକୁର ମହାପୁରୁ ମାନଙ୍କୁ।।
ଫଳ ମୂଳ ଧୂପ ଦୀପ
ମନ୍ତ୍ର ତନ୍ତ୍ର ଆଉ ଅଜସ୍ର ମୁଣ୍ଡିଆ।।
ହେଲେ କାଇଁ କିଏ
ନା ଦେବ ନା ଦେବୀ
ନା ଠାକୁର ନା ମହାପୁରୁ
କିଏ ଦେଖିବାକୁ ଆସେ କୁହ
ଦାରିଦ୍ର୍ଯ,କୁସଂସ୍କାର ଅନ୍ଧବିଶ୍ୱାସ ରେ
ଘାଣ୍ଟି ହେଉଥିବା ଦୁଃଖୀ ର ଦୁଃଖ
କିଏ ଶୁଣିପାରେ କୁହ
ଅତ୍ୟାଚାରିତ ର ବିକଳ ଚିତ୍କାର।।
ଶୁଣିଛି ପୁରୁଖା ମାନଙ୍କ ଠୁ
ସେ ସ୍ବପ୍ନାଦେଶ ଦିଅନ୍ତି
ସେ ସେଇଠି ଅଛନ୍ତି
ସତ କି ମିଛ ଜାଣେନି ମୁଁ।।
ଛୁଟି ଚାଲନ୍ତି ସେମାନେ ସେଇଠିକୁ
ନଗ୍ନ ପାଦ ଆଉ ଓଦା ସର୍ ସର୍ ବସ୍ତ୍ରରେ
ଅର୍ପଣ କରନ୍ତି ମାନସିକ କରି
ନଡିଆ ଆଉ ମହ ମହ ବାସ୍ନାର ଅଗରବତି।।
କେହି କେହି କହନ୍ତି ଚୁପକିନା
ସେଇ ନିର୍ଜୀବ ପାଷାଣ କାନରେ
ନିଜ ଇଚ୍ଛା,ଅଭିଳାଷ ମନୋକାମନା।।
ସତରେ କଣ
ଇଚ୍ଛା ଅଭିଳାଷ ପୂରଣ କରୁଥିବା ଦେବ ଦେବୀ
ନଡିଆ ଆଉ ଅଗରବତୀ ଚାହାଁନ୍ତି??
କଣ ସେମାନେ
ନିର୍ଜୀବ ରୂପରେ
ଜୀବନ୍ତ ଦେବ ଦେବୀ
ଆଉ ଜୀବନ୍ତ ଗାଈ ଷଣ୍ଢ ବାଘ ସିଂହ??
ସେମାନେ କଣ ପୂରଣ କରନ୍ତି
ଏ ମଣିଷର ଇଚ୍ଛା ଅଭିଳାଷ କାମନାକୁ??
କଣ ଏଇ ଦେବ ଦେବୀମାନେ
ଅନ୍ଧବିଶ୍ବାସରେ ବନ୍ଧା ପଡିଥିବା ଜନତାଙ୍କ
ଦାରିଦ୍ର୍ଯ,ଗରିବୀ ଆଉ ପେଟର ଭୋକକୁ
ଦୂର କରିଦେଇ ପାରନ୍ତି ??
ମିଳିଯାଏ ସବୁ ପ୍ରଶ୍ନ ର ଉତ୍ତର
ଯେବେ ଆଖି ଖୋଲି ଦେଖେ ମୋ ଚାରିପାଖକୁ ।।
ଯୋଉଠି ଲକ୍ଷ୍ମୀ ଦୁର୍ଗା ସରସ୍ବତୀ
ପୂଜାପାଆନ୍ତି ମା ରୂପରେ
ସେଠି ଆସିଫା ଭଳି
କେତେ ଯେ ଝିଅ ଆଉ ନାରୀ
ବଳାତ୍କାର ଆଉ ଗଣ ଦୁଷ୍କର୍ମର ଶିକାର।।
ହେଲେ ଏଠି
ମୋ ଭାରତୀୟ ସମାଜର
ଦୁଃସ୍ଥ ଜନତାଙ୍କୁ
କାଇଁ ଶୁଣାଯାଏନି
ବିଦ୍ୟାଳୟର ଟନ ଟନ ବାଜୁଥିବା ଘଣ୍ଟି
କାଇଁ ଏମାନଙ୍କୁ ଦେଖାଯାଏନି
ବିଦ୍ୟାଳୟରେ ଜଳୁଥିବା ଶିକ୍ଷାର ଜ୍ୟୋତି।।
ହେଲେ ମୁଁ ଠିକ ବୁଝିପାରେ
ଏମାନଙ୍କୁ ଅନୁଭବ ହୁଏନି ମାନସିକ ଗୋଲାମି।।
ପେଟକୁ ଭୋକ ଆଉ ଦେହେ ଚିରା ସାର୍ଟ
ପୁଅଟେ କହେ ମା କିଣି ଦେ ବର୍ଣବୋଧ
ହାତ ଛିଞ୍ଚାଡି ମା ରୋକଠୋକ କହେ
ଠାକୁରଙ୍କ ପୂଜାରେ ହେଇଗଲା ଖର୍ଚ୍ଚ
କୋଉଠୁ ଦେବି ଦଶ ଟଙ୍କା ତତେ।।
ଖୁସିରେ ଯାଏ ଦେବ ଦେବୀ ଆସ୍ଥାନ
ମୁଣ୍ଡରେ ପୁରାଏ ଅନ୍ଧବିଶ୍ବାସ
ବିଦ୍ୟାଳୟ ଯିବା ପାଇଁ ମିଳେନି ଅବକାଶ।।
ଜନତା କରେନି ଠିକଭୁଲର ବିଚାର
ହଁ ଇଏ ଚିତ୍ର ଚରିତ୍ର
ମୋ ଭାରତୀୟ ସମାଜର।।


Rate this content
Log in