Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnu Mahanand

Others

2  

Bishnu Mahanand

Others

ମୋ ସ୍ବପ୍ନ

ମୋ ସ୍ବପ୍ନ

1 min
812


ମୋ ସ୍ବପ୍ନ

-ବିଷ୍ଣୁ ନାରାୟଣ ମହାନନ୍ଦ


ପେଟର ଯନ୍ତ୍ରଣାରେ

ଇଚ୍ଛା ହୁଏ ମରିଯାଆନ୍ତି କି

ହେଲେ ବିବେକ ଚେତେଇ ଦିଏ

ହାରିବା ଅପେକ୍ଷା ଏଠି

ମରି ମରି ବଞ୍ଚିବା ବେଶୀ ଶ୍ରେୟସ୍କର।।

ବଞ୍ଚିଲେ ହିଁ ତ

ଦେଖିହେବ ସ୍ବପ୍ନ ସବୁ

ଏକ ଜାତିହୀନ ସମାଜ ର

ଆଗକୁ ବଢୁଥିବା ସାବିତ୍ରୀ ମାନଙ୍କ ର।।

ସ୍ବପ୍ନ କଣ କେବେ

ସତ ହେବନି କି???

ହଁ ହେବ ନିଶ୍ଚୟ ଦିନେ

ସତ ହେବ ସବୁତକ ସ୍ୱପ୍ନ।।

ଦୂର ହେବ ଅନ୍ଧବିଶ୍ୱାସ ର ଅନ୍ଧାର

ଭାଙ୍ଗିଯିବ ପରମ୍ପରା ର ଜଞ୍ଜିର

ଫେରିଆସିବେ ସାବିତ୍ରୀ ମାନେ।।

ଏହା ହିଁ ଏକ ମାତ୍ର ଲକ୍ଷ୍ୟ

ମୋ ଆଖିର ରଙ୍ଗୀନ ସ୍ବପ୍ନ।।

କେବଳ ଏଇଥି ପାଇଁ ତ

ଲୋଭ ଲାଗେ ବଞ୍ଚିବାକୁ

ସାବିତ୍ରୀକୁ ଫେରେଇ ଆଣିବାକୁ ।।


ସାବିତ୍ରୀବାଈ ଫୁଲେ-ସମାଜ ସେବିକା,କବି,ଶିକ୍ଷୟତ୍ରୀ


Rate this content
Log in