STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ତମ ଅଙ୍ଗଭଙ୍ଗୀ

ତମ ଅଙ୍ଗଭଙ୍ଗୀ

1 min
180

ତମ ଦେହ ଅଂଗ ଭଙ୍ଗୀ

ମୋ'ମନକୁ ଦେଲା ଛନ୍ଦି 

ତମ କଥାରେ

ତମ ଗପରେ

ତମ ଗୀତରେ

ଆଖିର ଚୋରା ଚାହାଣୀ

ମନ ମୋର ନେଲା ଟାଣି

ତମ ହସରେ

ତମ ଦେଖାରେ

ତମ ଲାଜରେ ।


ତମ ଦେହରେ ସତେ ବସନ୍ତ କରିଛି ଘର

ତମେ ସଜେଇ ରଖିଛ କେତେ ରୂପ ସଂଭାର

ଓଠରେ ନାଲି ଗୋଲାପ

କଥାରେ ପ୍ରୀତି ସଂଳାପ

ଆଳାପର ତମେ ସତେ ଗଳପଟିଏ

ସେ ଗପରେ ତମେ ଏକ ନାୟିକାଟିଏ

ମନ ଯାର ନାୟକକୁ ଝୁରିମରେ

ନିସଂଗତାରେ

ଭଙ୍ଗା ମନରେ

ପ୍ରୀତି ଅଧିରେ ।


କେତେ ଉପମାର ସମାହାର ସେଇ ଦେହରେ

ଭରିଛ ଦେହଟା ସାରା ଶବ୍ଦ ଅଂଳକାରରେ

କେ'କହେ ଅଳସୀ କନ୍ଯା

କେ'କହେସେ'ପ୍ରୀତିବନ୍ଯା

ଋତୁପର୍ଣ୍ଣା ଦେହରେ ତା' ଜଳୁଛି ନିଆଁ

ସେ ନିଆଁ ଜାଳି ଦେବ ସାରା ଦୁନିଆଁ

ଦୁନିଆଁ ଜଳୁଛି ତା' ପ୍ରୀତି ଛୁଆଁରେ

କଜଳ ଗାରେ

ଓଠର ଧାରେ

ମିଠା ଛୁଆଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance