STORYMIRROR

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ତିରିଶ ଜିଲ୍ଲା କଥା

ତିରିଶ ଜିଲ୍ଲା କଥା

1 min
203


ତିରିଶ ଜିଲ୍ଲା ବୁଲି ଆସିବା ଆସ ଭଉଣୀ ଭାଇ,

ଯାହାକୁ ନେଇ ଗରବ କରେ ଆମ ଓଡ଼ିଶା ଭୂଇଁ |


କଳାହାଣ୍ଡିରୁ ସୁନ୍ଦରଗଡ଼ ପଶ୍ଚିମାଞ୍ଚଳ ନାମ,

ମଝିରେ ତା'ର ସମ୍ବଲପୁର ସମଲେଶ୍ୱରୀ ଧାମ |


ଏଇଠୁଁ ମହାନଦୀ ବ୍ରାହ୍ମଣୀ ଯାଉଛି ଧାଇଁ ଧାଇଁ,

ଜଳ ଯୋଗାଇ ଜୀବନ ଦିଏ ଉପକୂଳକୁ ଛୁଇଁ |


ବଲାଙ୍ଗୀରରୁ ସୁବର୍ଣ୍ଣପୁର ତା'ପାଶେ ବରଗଡ଼,

ଝାରସୁଗୁଡ଼ା ନୂତନ ଜିଲ୍ଲା ଅନ୍ୟଟି ଦେବଗଡ଼ |


କଳାହାଣ୍ଡିର ମାଣିକ ଖ୍ୟାତ ସାରା ଜଗତ ପାଇଁ,

ନୂଆପଡ଼ାଟି ସେଥିରୁ ପୁଣି ଆସିଛି ଜିଲ୍ଲା ହୋଇ |


ଉତ୍ତର ଦିଗେ ମୟୂରଭଞ୍ଜ ଜିଲ୍ଲା ଭିତରେ ବଡ଼,

ପ୍ରକୃତି ରାଣୀ ଶୋଭା ଭଣ୍ଡାର ଆମରି କେନ୍ଦୁଝର |


ସାଗର କୂଳେ ଭଦ୍ରକ ଅଛି ବାଲେଶ୍ଵରକୁ ଛୁଇଁ,

ଚାରିଟି ଜିଲ୍ଲା ଉତ୍ତରାଞ୍ଚଳ ମନେ ରଖିବ ଭାଇ |


ଦକ୍ଷିଣେ ପୁଣି ଛଅଟି ଜିଲ୍ଲା ଗଞ୍ଜାମ ଗଜପତି,

କୋରାପୁଟରେ ଦେଖିବା ଆମେ ସବୁଠୁ ବଡ଼ ଘାଟି |


ଏଇଠି ବହେ କୋଲାବ ନଦୀ ଧାନର ଜନ୍ମ ଭୂଇଁ,

 ନାମଟି ଖ୍ୟାତ ଅନ୍ୟ କାଶ୍ମୀର ଜଳବାୟୁର ପାଇଁ |


ନବରଙ୍ଗପୁର ସୀମାନ୍ତ ଜିଲ୍ଲା ଇନ୍ଦ୍ରାବତୀର ପାଶେ,

ମାଲକାନଗିରି ଦଣ୍ଡକାରଣ୍ୟ ଆନ୍ଧ୍ର ଭିତରେ ପଶେ |


ରାୟଗଡ଼ାରୁ ମୋଟୁ ପଡ଼ିଆ ପାହାଡ଼ି ବଣଭୂଇଁ,

କେତେ ଜାତିର ଆଦିମ ଲୋକ ଦେଖିବା ସେଠି ଯାଇ |


ଫୁଲବାଣୀରୁ ବଉଦ ଜିଲ୍ଲା ପୁରୀରୁ ନୟାଗଡ଼,

ଢେଙ୍କାନାଳରୁ ଅଲଗା ହେଲା ନୂତନ ଅନୁଗୋଳ |


ଖୋରଧା ମାଟି ବୀର ଭୂମି ଏ' ପୁରୀ ଜିଲ୍ଲାରେ ଥିଲା,

ନୂଆଜିଲ୍ଲାରେ ଭୁବନେଶ୍ୱର ରାଜଧାନୀ ରହିଲା |


କଟକ ସିନା ପୁରୁଣା ଜିଲ୍ଲା ନଗରେ ଯାଜପୁର,

କେନ୍ଦ୍ରାପଡ଼ାକୁ ଗଢିଲେ ପୁଣି ଜଗତସିଂହପୁର |


ତିରିଶ ଜିଲ୍ଲା ଗୋଟିଏ ରାଜ୍ୟ ଚାରି କୋଟିର ମାତା,

ଉତ୍କଳ ଆଉ କଳିଙ୍ଗ ନାମେ ଥିଲା ଜଗତ ଜିତା | 



Rate this content
Log in

Similar oriya poem from Inspirational