STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ତିନି ରଥେ ବିଜେ ତିନି ଠାକୁର

ତିନି ରଥେ ବିଜେ ତିନି ଠାକୁର

1 min
259

କାଳିଆ ବଳିଆ ଭଉଣୀ ସୁଭଦ୍ରା

 ମନରେ ଖୁସି ଅପାର,

ବୁଲି ଯିବେ ସାରା ଜଗତ ଦେଖିବେ

 ମନ ନାଚିଯାଏ ତାଙ୍କର,

ତିନି ରଥେ ତିନି ଠାକୁର

ନନ୍ଦିଘୋଷ ତାଳଧ୍ଵଜ ଦେବଦଳନ

ସାଜ ଅପୂର୍ବ ରୂପର।


ହାତକୁ ହଲାଇ ଡାହୁକ ଡାକିବ

 ରଥ ପଥ ଏକାକାର,

ଅଶ୍ଵ ହସ୍ତୀ ରଥୀ ସାରଥୀ ମାତଳୀ

ଡାକ ଦେବେ ହରି ଓଁକାର,

ଏପାଖେ ସେପାଖେ ଭକତଙ୍କୁ ଦେଖି

 ସ୍ଥିର ହେବେ ଦଣ୍ଡେ ନିରାକାର ।


ରଥରେ ଦେଖିବେ କଳାବାମନଙ୍କୁ

ନେତ୍ର ଧନ୍ୟ ହେବ ଭକତର,

ପୁନର୍ଜନ୍ମ ନ ଲଭନ୍ତି ଏହା ପରା

ବିଶ୍ଵାସ ଅଛି ଏ ଉକ୍ତିର,

ତିନି ରଥେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଯେ

 ଅପୂର୍ବ ରୂପ ତାଙ୍କର।

ଜୟ ହେ କରୁଣାକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational