STORYMIRROR

Kalandi pal

Inspirational

3  

Kalandi pal

Inspirational

ତିନି ପୁରେ ସେ ମହାନ

ତିନି ପୁରେ ସେ ମହାନ

1 min
265


ଦେହରେ ବୋଳିଛୁ ଆକାଶର ରଙ୍ଗ

     ଶିରରେ ଉଷା ସୁରୁଜ.

ମୁହଁରେ ଝଲସେ ପୁର୍ଣିମାର ଚାନ୍ଦ

     ବୁଣେ ଭକତି ମୁରୁଜ

ତୁମେ ପୂର୍ଣ୍ଣବ୍ରହ୍ମ ଚତୁର୍ଭୁଜ.    


ନୟନରେ ତୋର ବାଦଲର ଢେଉ

      ହସେ ବିଜୁଳି ଚମକେ.

ଶୟନେ ତୋହର ବାତ୍ୟା, ବିଭିଷିକା

      ଚକ୍ଷୁ ବୁଜିଲେ ପଲକେ.

ରତନ ପଲଙ୍କ ହୁଏ ତିନିପୁର

      ଭକତି ପଲଙ୍କେ ଶେଯ.


ମନରେ ତୋହର ଅମାପ କଳ୍ପନା

      ହୃଦୟେ ବରଷା ଝର.

ତାରା ଓ ନକ୍ଷତ୍ର, ଗ୍ରହ ଓ ଜଗତ

      ବିରାଜନ୍ତି କଳେବର.

ତୋଦେହ ତେଜରେ ସାତ ରଙ୍ଗ ପ୍ରଭୁ

      ତିନିପୁରେ ଏକା ତେଜ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational