Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Inspirational

3  

suvendu Meher

Inspirational

ତିନି ମାଙ୍କଡ଼

ତିନି ମାଙ୍କଡ଼

1 min
192



ମାଙ୍କଡ଼ ହୋଇ ସବୁ ଜାଣଇଁ

ମଣିଷ ଜାଣେନା ଯାହା ।

ସଙ୍କଟ କାଳେ ଦୂରତା ରକ୍ଷା

ନ କଲେ ହୋଇବ ସ୍ୱାହା ।।


ରାସ୍ତା କଡରେ ବସି ମାଙ୍କଡ଼

ଦିଏ ରେ ଦେଖ ଶିକ୍ଷା ।

ଗୁରୁ କରରେ ତାହାଙ୍କୁ ସର୍ବେ

ନେଇ ତାଙ୍କର ଦୀକ୍ଷା ।।


ଆମେ ରେ ଦିନେ ଗାନ୍ଧିଙ୍କ ମନେ

ତିନି ମାଙ୍କଡ଼ ଥିଲୁ ।

କହିବା ଶୁଣିବା କରିବା ପାଇଁ

ଅଭିନୟ କରିଥିଲୁ ।।


କହିବୁ ନାହିଁ ମିଥ୍ୟା କେବେ

କରିବୁନି ଜମା ଭୁଲ ।

ଶୁଣିବୁ ନାହିଁ ମିଥ୍ୟା କଥା

ଜୀବନରେ ବିଲକୁଲ ।।


ଗାନ୍ଧି ଦେଶର ହନୁ ରେ ଆମେ

ଅଛି ଆମ ସ୍ୱାଭିମାନ ।

ମଣିଷ ହାଣେ ଜଙ୍ଗଲ ବୋଲି

ହେଉ ଆମେ ହୀନିମାନ ।।


ରହିବା ପାଇଁ ନାହିଁ ଜଙ୍ଗଲ

ମଣିଷ ଦେଉଛି ଜାଳି ।

ଓହଲ ଟିଏ ନାହିଁ ହୋ ଭାଇ

କେମିତି ଖେଳିବୁ ଦୋଳି ।।


ତେଣୁ ହେ ଆମେ ସହର ମୁହାଁ

ରାସ୍ତା ଘାଟେ ବୁଲୁ ।

ଜୀବନେ ଆମେ କରିନୁ ଦୁଃଖ

ଘର ଛାତରେ ଝୁଲୁ ।।


ପାଇଲେ ଖାଉଁ ନ ହେଲେ ନାଇଁ

ଥିବାଯାଏଁ ଏ ଜଗତ ।

ଜୀବନେ କେବେ କାହା ଆଗରେ

ପତାଇ ନାହୁଁ ହାତ ।।




Rate this content
Log in

Similar oriya poem from Inspirational