ତିନି 'କ' ପଣକିଆ ଗୀତ
ତିନି 'କ' ପଣକିଆ ଗୀତ
ତିନି ଏକେ ତିନି,
ଡାକୁଛି ପରା ତୋ' ନାନୀ l
ତିନି ଦୁଗୁଣେ ଛଅ,
କୁଆଡେ ଚାହିଁଛୁରେ ପୁଅ l
ତିନି ତିରିକି ନଅ,
କାନରେ ପକା ଟିକେ ଘିଅ l
ତିନି ଚଉକୁ ବାର,
ଶୁଭୁନି କି କାନକୁ ତୋର l
ତିନି ପଞ୍ଚା ପନ୍ଦର,
କି' ପଥର ଜନମ ତୋହର l
ତିନି ଷୋକୋ ଅଠର,
ମାଡକୁ କରୁ ବେଖାତିର l
ତିନି ସତା ଏକୋଇଶୀ,
ନାକରେ କାନ୍ଦନା ଆଉ ବେଶୀ l
ତିନି ନୂଆଁ ସତେଇଶି,
ଆସିଛନ୍ତି ତୋ ମଉସା ମାଉସୀ l
ତିନି ଦଶା ତିରିଶି,
ତାଙ୍କ ଗାଁକୁ ଚା' ଯିବୁ ମିଶି l
