ତିଳୋତ୍ତମା
ତିଳୋତ୍ତମା
ଆଗୋ
ମୋ ଭାବିନୀ ମାନିନୀ
ପ୍ରେମ ସୋହାଗିନୀ
ରତିପ୍ରିୟା କାମକଳା
ଆଗୋ
ମୋ ହୃଦୟ ରାଗିଣୀ
ଭାବ ପୂଜାରିଣୀ
ମୋ ମନ ମହୋଦଧି ବେଳା
ଆଗୋ
ଚାରୁ ନିତମ୍ୱିନୀ
ପୀନ ପୟୋଧରା
ଲାସ୍ୟମୟୀ ତିଳୋତ୍ତମା
ମୋ
ଆଷାଢ଼ ଆକାଶ
ମେଘମାଳା ଆଗୋ
ମୋ ମନ ବୃନ୍ଦାବନ ଜେମା
ମୁଁ
କଦମ୍ୱ ରୋମାଞ୍ଚେ
ଶିହରିତ ଆଗୋ
ପ୍ରେମ ଫାଲଗୁ ଭିଜା ନଦୀ
ମେଘମାଳା ଆଗୋ
ଝରିଯାଅ ତୁମେ
ଆଗୋ
ଜେମା ପ୍ରେମନିଧି l