STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
201


ସବୁ ଫୁଲ ଫୁଟି ସାରି,

ପତ୍ର ସବୁ ଅଭିମାନ କରି

ଓଲ୍ହେଇ ଗଲା ପରେ

ଶ୍ରୀହୀନ ଦିଶେ ,ଦୃଷ୍ଟି ଆଢୁଆଳରେ

ଅଭିମାନ ଶୂନ୍ୟ 

ପରିଚୟ ବଦଳେଇ ଥୁଣ୍ଟା ଗଛର !!


ଦିନ ଥିଲା ବୈଶାଖ ସହ ମୌସୁମୀ ବି ଆସୁଥିଲା

ମଧୁ ମଳୟ ସହ ବସନ୍ତ ବି 

ତା ଶାଖା ପ୍ରଶାଖା ରେ ,

ରଙ୍ଗ ବେରଙ୍ଗ ର ଫୁଲର ସମ୍ଭାର ଆଣୁଥିଲା !!


କୋଇଲି ବି କୁହୁ କୁହୁ ତାନରେ

ପ୍ରତି ହୃଦୟ କୁ ଆନମନା କରୁଥିଲା !!


ସମୟ ର ସାୟାହ୍ନ ରେ,

ଚିରନ୍ତନୀ ସତ୍ୟର ସ୍ପର୍ଶରେ

ଆଜି ରୂପ ଲାବଣ୍ୟ ତା ବଦଳିଲା

ଆଶା ଅଶରିରୀ ସାଜି

ବୃକ୍ଷ କୁ ଥୁଣ୍ଟା ଗଛ ସଜେଇଲା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract