ଥୋମାସ ଆଲଭା
ଥୋମାସ ଆଲଭା
ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣା-
ଗାର ନିର୍ମାତା ଏଡିସନ,
ଅଠର ଶହ ଷଡ଼ଚାଳିଶି ଫେବୃଆରୀ
ଜନ୍ମଲାଭ କଲେ ଜାଣ,
ଉଣେଇଶିଶହ ଏକତ୍ରିଶ
ଅକ୍ଟୋବର ଅଠର ତାରିଖରେ ସେ
ଇହଲୀଳା ସମ୍ବରଣ।
ବିଶ୍ଵ ପାଇଁ ଥିଲେ ଉଦାହରଣ ସେ
ଆମେରିକୀୟ ଉଦ୍ଭାବକ,
ବ୍ୟବସାୟୀ ହୋଇ ବିଶ୍ଵଜୀବନକୁ
ବିଜ୍ଞାନରେ ପ୍ରଭାବିତ,
ଫେନୋଗ୍ରାଫ ,ଚଳଚ୍ଚିତ୍ର କ୍ୟାମେରା
ସାମ୍ବାଦିକ ମେନଲୋପାର୍କର କଲେ
ଯାଦୁକର ରେ ସମ୍ବୋଧିତ।
ଭିନ୍ନ ଭିନ୍ନ ଉପାଦାନ ତତ୍ତ୍ୱ ଆଉ
ସୂତ୍ର ଉଦ୍ଦାବନ କରି,
ପ୍ରଥମ ଶକ୍ତି କେନ୍ଦ୍ର ମ୍ୟାନହାଟନ ଦ୍ଵୀପ
ନିଉୟର୍କରେ କରି,
ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି
ବ୍ୟବସାୟ ଗୃହ କାରଖାନା ପାଇଁ
ବିତରଣ ଚିନ୍ତା କରି।
ବୈଦୁତିକ କ୍ଷେତ୍ରରେ ଥୋମାସ ଏଡିସନ
ଉତ୍କର୍ଷତା କଲେ ଲାଭ,
ଓଡିଶା ଇତିହାସର ଚତୁର୍ଥ
ଥିଲେ ଶ୍ରେଷ୍ଠ ଉଦ୍ଭାବକ,
ଥିଲେ ଟେଲିଗ୍ରାଫ ଅପରେଟର
ଜନହିତକର କାର୍ଯ୍ୟ କରି ଶେଷେ
ସ୍ଵନାମ ଯେ ଲିପିବଦ୍ଧ ।
