STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ଥକିଲିଣି ବସିବସି

ଥକିଲିଣି ବସିବସି

1 min
473

କେତେବେଳୁ ମୁହିଁ ଅପେକ୍ଷା କରିଛି

ତୁମକୁ ଏ ନଈକୂଳେ ,

କହିଥିଲ ଆଗୁଁ ଭେଟହେବ ବୋଲି

ଏଥର ଦଶରା ବେଳେ।


ଗତଥର ଯେବେ ଆସିଥିଲ ତୁମେ

କରିଲାରୁ ଟିକେ ଜିଦି ,

ଆଣିଦେଇଥିଲ କାନକୁ ଝୁମୁକା

ଗୋଡ଼କୁ ପାଉଁଜି-ମୁଦି ।


ଲୋକ ଲାଜକୁ ମୁଁ ଭୟ କରି ତାହା

ଲୁଚାଇଥିଲି ଯେ ଘରେ ,

ତୁମ ଆସିବାର ଖୁସିରେ ନାଇଛି

ଏବେ ଏଠି ନିରୋଳାରେ ।


ଦେଖାହେଲେ କେତେ କଥା ମୁଁ କହିବି

ଆଗରୁ ରଖିଛି ଭାବି ,

ମାଆ କହୁଥିଲା-ବାହାଘର ମୋର

ଏସନ କରିବା ଲାଗି ।


ତୁମେ ତ ହେଲଣି ରୋଜଗାରକ୍ଷମ

ନାହିଁ ମନେ ଆଉ ଦକ୍କା ,

ରତନି ଆଈକୁ ଜଣାଇଲେ ଆମ

ବାହାଘର ହେବ ପକ୍କା ।


ଆସ ଆଉ ଜମା ଉଚ୍ଛୁର କରନା

ଥକିଲିଣି ବସି ବସି ,

କୁହ କିଛି କଥା ଚୁପି ଚୁପି କାନେ

ଶୁଣିବି ମୁଁ ହସି ହସି ।।


Rate this content
Log in

Similar oriya poem from Romance