STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ଥିଲେ ତୁମେ ସାଥୀ ସାଥେ

ଥିଲେ ତୁମେ ସାଥୀ ସାଥେ

1 min
7


ସଳଖ ସୁନ୍ଦର ନୁୁହେଁ ସଂସାରର ଚଲାପଥ

ଝଡଝଞ୍ଜା ବାଧାବିଘ୍ନେ କଣ୍ଟକିତ ଅଟଇ ବନ୍ଧୁର

ଆଶା ଓ ଭରସା ନୂଆ ଉଜ୍ଜୀବିତ ହୁଏ ମନେ

ସତ ମୁଁ କହୁଛି ସାଥୀ ତୁମେ ମୋର ଅତି ଆପଣାର ।

ତୁମ ଆଖି ସପନରେ ଭୁଲିଯାଏ ନିଜେ ମୁଁ ନିଜକୁ

ଜୀବନ ବେଳାବୁକୁରେ ଗଢିତୋଳେ ସ୍ବପ୍ନ ବାଲିଘର

ଦୃଢ଼େ ଧରି ହାତ ତୁମ ଭେଦି ଶୂନ୍ଯ ଅନନ୍ତ ଗଗନ

ସହିପାରେ ବୁକୁ ପାତି ଦୁଃଖକଷ୍ଟ ଲଙ୍ଘିପାରେ ଅଥଳ ସାଗର ।

ବାଣ୍ଟିଦେଲେ ତୁମ ସାଥେ ମନକଥା ଲାଗଇ ସତେଜ

ଥମିିଯାଏ ସୁନାପିଲା ହୁତୁ ହୁତୁ ଜଳୁଥିବା ହୃଦୟର ନିଆଁ

ଅକାରଣ ଭାଙ୍ଗିପଡ଼ି ବାହୁନା ପ୍ରଳାପ ଛାଡି

ଯାତ୍ରା କରେ ଅୟରାମ୍ଭ ଦେଖିବାକୁ ସୂର୍ଯ୍ୟୋଦୟ ନୂଆ ।

ପ୍ରବୋଧଇ ସ୍ମିତହସି ନିଜେ ମୁଁ ନିଜକୁ ଚାହିଁ

ମୁକ୍ତାକାଶେ ଉଡିବି ମୁଁ ସ୍ବଚ୍ଛନ୍ଦରେ ଝଡର ଇଗଲ

ଥିଲେ ସାଥୀ ତୁମେ ସାଥେ ସାର୍ଥକ ପ୍ରାଣ ସଫଳ

ହୋଇବ ସାକାର ନିଶ୍ଚେ ସ୍ବପ୍ନ ସବୁ ସବୁଜ ସୁନ୍ଦର ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance