STORYMIRROR

Papu parida

Drama Classics Others

3  

Papu parida

Drama Classics Others

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।

1 min
245

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।


ଗେରୁଆ ବସ୍ତ୍ରକୁ ଗେରୁଆ ପଗଡ଼ି

ନିର୍ଭୀକ ସନ୍ୟାସୀ ଯାଉଥଲେ ମାଡି

ମୃତ୍ୟୁ ସମ ଥିଲା ଭୟ ତାଙ୍କ ଲାଗି

ସାହାସ ପାରିବ ଜୀବନ ସଜାଡି।


ମାନବ ସେବା ହିଁ ପ୍ରକୃତ ତପସ୍ୟା

କହେ ସେହି ବଇରାଗୀ

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।


ଗରିବର ଲାଗୁ କାନ୍ଦେ ତା ହୃଦୟ

ସ୍ୱତନ୍ତ୍ରତା ଦିନେ ଦେବ ଯେ ବିଜୟ

ସାଜିଣ ପିମ୍ପୁଡି ପରିଶ୍ରମ ବଳେ

ମହାମାନବର ହୁଅଇ ଉଦୟ।


ହିମାଳୟ ଠାରୁ କୁମାରୀ ପର୍ଯ୍ୟନ୍ତ

ଦୁଃଖ ନାଶିବାର ଲାଗି

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।


ବ୍ୟର୍ଥ ତାଙ୍କ ଆଗେ ବାହ୍ୟ ଆଡମ୍ବର

ପ୍ରତି ମନୁଷ୍ୟରେ ବସଇ ଈଶ୍ୱର

ସମାଧି କି ଦେବ ମୋକ୍ଷ ମାନବକୁ

ସେବା ବିନା ମୃତ୍ୟୁ ଅଟେ ବହୁଦୂର।


ବିନୟ ବାଣୀରେ ଜନମାନସରେ

ଯାଏ ଜାତୀୟତା ଜାଗି

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।


ବେଦ ଓ ପୁରାଣ ଧର୍ମ ଓ ସଂସ୍କୃତି

ପ୍ରତି ଉକ୍ତି କହେ ତାଙ୍କ ଦେଶଭକ୍ତି

ବିଶ୍ୱ ବି ମାନିଲା ଶ୍ରେଷ୍ଠ ମୋର ମାଟି

ପଦିଏ କଥାରେ ମନ ନେଲେ ଜିତି।


ନକାରତ୍ମକତା ଯେ କରେ ପାଥେୟ

ଅଟେ ସିଏ ଏକ ରୋଗୀ

ଥିଲେ ଜଣେ କର୍ମଯୋଗୀ।

ଥିଲେ ଜଣେ କର୍ମଯୋଗୀ।



Rate this content
Log in

Similar oriya poem from Drama