ତେଇଶି 'କ 'ଗୀତତେଇଶି
ତେଇଶି 'କ 'ଗୀତତେଇଶି
ତେଇଶି ଏକେ ତେଇଶି,
ସବୁଠୁ ସୁନ୍ଦର ଆମ ଗ୍ରାମ ବେଶୀ l
ତେଇଶି ଦୁଗୁଣେ ଛୟାଳଶୀ,
ଏକଜୁଟ ଆମର ଗ୍ରାମବାସୀ l
ତେଇଶି ତିରିକି ଅଣ ସ୍ତରୀ,
ଗ୍ରାମର ମୁଖ୍ୟ ଅଟନ୍ତି ଅଧିକାରୀ l
ତେଇଶି ଚଉକୁ ବାୟାନବେ,
ଗାଆଁ ପାଇଁ ସିଏ ଜୀବନ ଦେବେ l
ତେଇଶି ପଞ୍ଚା ଶହେ - ପନ୍ଦର,
ପ୍ରତି ମାସରେ ହୁଏ ନ୍ୟାୟ ବିଚାର l
ତେଇଶି ଷୋକୋ ଶହେ - ଅଠ ତିରିଶୀ l
ଯିଏ ହୋଇଥିବ ସବୁଠୁ ବଡ ଦୋଷୀ l
ତେଇଶି ସତl ଶହେ - ଏକ ଷଠି,
ଜୋରିମାନା ପଡେ ପଞ୍ଚସହ ପଞ୍ଚଷଠି l
ତେଇଶି ଅଷ୍ଟା ଶହେ - ଚଉରlଅଶୀ,
ମୁଖ୍ୟ ମନ୍ତ୍ରୀ ଥରେ ଆମ ଗ୍ରାମକୁ ଆସି l
ତେଇଶି ନୂଆଁ ଦୁଇ - ଶହ ସାତ,
ମୁଖିଆଙ୍କୁ କରିଥିଲେ ପୁରସ୍କୃତ l
ତେଇଶି ଦଶା ଦୁଇ ଶହ - ତିରଶି,
ଆମ ଗାଁର ସୁନାମ ଉଠିଲା ହସି l
