STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ତବ ସୃଷ୍ଟି ରକ୍ଷାକର

ତବ ସୃଷ୍ଟି ରକ୍ଷାକର

1 min
12.1K

ବିଶ୍ଵକୁ ନକର ନିଶ୍ଵ ଈଶ୍ଵର

ତବ ସୃଷ୍ଟି ରକ୍ଷାକର, ହେ ଈଶ୍ଵର

ତବ ସୃଷ୍ଟି ରକ୍ଷାକର ।।


ଅସରନ୍ତି ଦୁଃଖ କରେ ହନ୍ତ ସନ୍ତ

ଅଶେଷ ମହିମା ତୁମର

ଅଶୁଭ ଅଶନି ପ୍ରସରି ସଂସାର

ଅସରା ଦୁଃଖ ର ଭାର

ଅସଜଡା ହୁଏ ସର୍ଜନା ତୁମ

ହେବାକୁ ଗଲାଣି ଅସାର , ହେ ଈଶ୍ଵର

ତବ ସୃଷ୍ଟି ରକ୍ଷାକର  ।।


ଅସୂୟା ଅସ୍ତିତ୍ବ ଉଷୁମ ଅସ୍ରୂ

ଉଷ୍ମ ପ୍ରଶ୍ରବଣ ସମ

ଝରଇ ଝରଣା କଷଣ ଭୀଷଣ

ହୁଏ ଆସ ଭଗବାନ

ଦୂଷଣ ଦୃଶ୍ୟ କର ପ୍ରସମନ

ଏତିକି ମାଗୁଣି ମୋର, ହେ ଈଶ୍ଵର

ତବ ସୃଷ୍ଟି ରକ୍ଷାକର ।।


ତବ ଆଶିର୍ବାଦେ ଆୟୁଷ୍ମାନ ହେଉ

ଅମୃତ ସନ୍ତାନ ତବ

ହେ ପହଶମଣି ଦୁର୍ଦ୍ଦଶା ଦଂଶନୁ

ଦଶଦିଶ ସ୍ଥିର ଭବ

ଦିବ୍ୟ ଦ୍ରଷ୍ଟା ହୃଷୀକେଶ ଏ ଦସ୍ୟୁ

କବଳରୁ କର ପାର, ହେ ଈଶ୍ଵର

ତବ ସୃଷ୍ଟି ରକ୍ଷାକର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract