STORYMIRROR

sasmita sahoo

Inspirational

3  

sasmita sahoo

Inspirational

ତବ ଇଛା ହେଉ ପୂର୍ଣ୍ଣ

ତବ ଇଛା ହେଉ ପୂର୍ଣ୍ଣ

1 min
169


ଏକା ହୋଇ ଯେବେ ଆସିଅଛି ମୁଁ

ଯିବି ନିଶ୍ଚେ ଏକୁଟିଆ ,

ଆସିବାରେ ଯଦି ମୋର ହାତ ନାହିଁ

ଯିବାକୁ କିଆଁ ଛାନିଆ ॥

ଯାହାର ଇଙ୍ଗିତେ ଲଭିଛି ଜନମ

ମଣିଷ ରୂପରେ ମୁହିଁ ,

ତା' ଇସାରାରେ କରୁଛି ସବୁ ମୁଁ

ଏଥିରେ ମୋ ହାତ ନାହିଁ ॥

ଗଢ଼ିଛି ସେ ଯେବେ ଜାଣିଥିବ ନିଶ୍ଚେ

ମୋର କର୍ତ୍ତବ୍ୟ କ'ଣ ,

ଜଗତକୁ ଯଦି ଆଣି'ଛନ୍ତି ମୋତେ

ନିଶ୍ଚେ ରହିଛି କାରଣ ॥

ସମାଜ କଲ୍ୟାଣ ଅବା ସେବା ପ୍ରେମ

ଯାହା ଅଛି ମୋର କର୍ମ ,

ଦିଅ ପ୍ରଭୁ ମୋତେ ଆଶିଷ ମାଗୁଛି

ତବ ଇଛା ହେଉ ପୂର୍ଣ୍ଣ ॥

(ସସ୍ମିତା ସାହୁ , ନାଶିକ)


Rate this content
Log in

Similar oriya poem from Inspirational