STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ତଅପୋଇ

ତଅପୋଇ

1 min
9


କୋଉ ସୁନାଗାଁର ସୁନାକନିଆଁ ବାଳି 

କାଲି ଖେଳୁଥିଲା ଧୂଳି 

ଆଜି ଭାଇମାନଙ୍କୁ କହି ସବୁ ସତ 

କାଟିଲା ଭାଉଜଙ୍କ ନାକର ବଉଳି 

ମାଗିଥିଲା ସୁନାକୁଲେଇ ପିଅରଙ୍କୁ 

ସୁନାଚାନ୍ଦ ପାଇଁ କରିଥିଲା ଅଳି 

ପିତା ମାତାଙ୍କ ଅନ୍ତେ ଭାଇ ଗଲେ ବାଣିଜ୍ୟେ 

ଖାଇଲା ଖୁଦ ମଳୁଖ ଜଗି ଛେଳି 

ହଜିଲା ଘରମଣୀ ପୂଜିଲା ମଙ୍ଗଳା ଠାକୁରାଣୀ 

ସାତଭାଇ ଫେରି ପାଇଲା କରି ଗୁହାରି ଅଳି 

ସେପାଇଁ ଦୁହିତା କରନ୍ତି ଖୁଦୁରୁକୁଣୀ 

ପୂଜନ୍ତି ମାତା ମଙ୍ଗଳା ବାଳିକା ହୋଇ ମେଳି 

ଖୁଦୁରୁକୁଣୀ ଓଷା କଲେ ଭାଇଙ୍କ ଶୁଭ 

ଭଉଣୀର ଲାଭ ଜଗିବନି ଛେଳି 

ଗନ୍ଧର୍ବ ସହ ସୁନାକନିଆଁ ସାଜି ଯିବ ସ୍ବର୍ଗପୁର 

ନିଶ୍ଚିନ୍ତ ସୁଖ ସନ୍ତୋଷ ଲଭିବ ଖାଇ ସର ପୁଳି 

ବାରମାସର ତେର ପରବ ଆମର 

ତା ମଧ୍ୟରେ ଐଶ୍ୱର୍ଗିକ ଚେତନାରେ ଭଳି ଭଳି 

ପୂଜା ପାର୍ବଣ ଭିତରୁ ତଅପୋଇ ଗାଥା 

ଅଛି ଥିଲା ଥିବ ଦ୍ୱାପର ସତ୍ୟ ଓ କଳି

ଖୁଦ ରଙ୍କୁଣୀ ଖୁଦୁରୁକୁଣୀ ଓଷାରେ 

ଛେନାପୁର ପିଠା ସଙ୍ଗେ ନଡ଼ିଆର ପୁଳି

ଦିନେ ଗାଁକୁ ଯାଇଥିଲି ଭୋଗ ଖାଇଥିଲି 

ଦେଖିନି ସେଦିନୁ ନଣନ୍ଦ ଭାଉଜ କଳି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract