STORYMIRROR

Minati Rath

Romance

3  

Minati Rath

Romance

ତାରୁଣ୍ୟର ପ୍ରଥମ ସ୍ୱପ୍ନରେ ...

ତାରୁଣ୍ୟର ପ୍ରଥମ ସ୍ୱପ୍ନରେ ...

1 min
386

ତାରୁଣ୍ୟର ପ୍ରଥମ ପାହାଚରେ

ମୁଁ ହଜୁଥିଲି ଅନେକ ସ୍ୱପ୍ନରେ

ସେ ସ୍ୱପ୍ନର ନଥିଲା ଆକାର

ନଥିଲା ଵି କିଛି ପରିଷ୍କାର

ଆଉ ଯେତେବେଳେ

ସ୍ବପ୍ନ ସବୁ ଥିଲେ ନିଦ୍ରାରତ

ଆଖି ଦୁଇ ଥିଲେ ନିଶାଗ୍ରସ୍ତ

କେହି ନ ଥିଲେ ପ୍ରସ୍ତୁତ

କରିବାକୁ ତୁମକୁ ସ୍ୱାଗତ

ତୁମେ ଆସିଥିଲ

ସମସ୍ତଙ୍କ ଅଲକ୍ଷରେ

ନିଶାଗ୍ରସ୍ତ ଆଖି ଆଉ

ସଂଜ୍ଞାହୀନ ସ୍ବପ୍ନମାନେ

ତୁମପାଇଁ ଥିଲେ ଅସହଜ

ସେତିକିବେଳେ ବୋଧେ

ବୁଣିଦେଇ ଯାଇଥିଲ

ପ୍ରେମ ପାରିଜାତ ବୀଜ

ଆଖିରୁ ମୋ' ନିଶା ଛାଡ଼ିଗଲା ପରେ

ସ୍ବପ୍ନ ସବୁ ସଚେତ ହେଲା ପରେ

ଦେଖିଲି ମୁଁ ମୋ' ଚାରିପାଖରେ

ଖେଳିଯାଇଛି ପାରିଜାତର ସୁଗନ୍ଧ

ଭିଜୁଛି ମୁଁ ଅପୂର୍ବ ବାସ୍ନାରେ

ମୋ ଜୀବନ ପୁସ୍ତୀକାରେ

ନୁଆ ଏକ ଅଧ୍ୟାୟର ସୃଷ୍ଟି

ମୋ ସପନ କିଆରିରେ

ନୁଆ କିଛି ବୀଜ ହେଲା ବିଂଛି

ନୁଆ କିଛି ଆଶାରେ ମୋ ମନ ଗଲା ଭିଜି

ସ୍ବପ୍ନ ମୋର ସବୁ ପଥହରା

ଆଖିର ଚାହାଣୀ ଦିଗହରା

ମୁଁ ସାଜିଛି ଏବେ ବିରହ ବିଧୁରା

ଆଖି ମୋ' ଖୋଜୁଛି ପୁଣି ପ୍ରେମର ମଦିରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance