STORYMIRROR

Samar Ballav Bhoi

Abstract Children Stories Inspirational

3  

Samar Ballav Bhoi

Abstract Children Stories Inspirational

ତାରା

ତାରା

1 min
258



ଆକାଶର ବିଶାଳ ପରିବ୍ୟାପ୍ତ ଶରୀରକୁ

ଶୁଶୋଭିତ କରୁଥାନ୍ତି ଟିକି ଟିକି ତାରା

ସେହି ଟିକି ଟିକି ତାରାଙ୍କର ମିଞ୍ଜି ମିଞ୍ଜି 

ଆଲୋକ ରେ ଝଟକେ ଦୁନିଆ ସାରା ।।


ମା କୋଳେ ଟିକି ପିଲାଙ୍କ ଅଝଟ ପଣକୁ 

ସହଜରେ ବୁଝାଇଥାଏ ଟିକି ଟିକି ତାରା

କେବେ କେବେ ଘନ ଅନ୍ଧାରୀ ମୁଲକେ 

ସାଜିଥାଏ ମଣିଷ ନିମିତ୍ତ ସାହାରା।।


ଧ୍ରୃବସତ୍ୟ ଧ୍ରୃବତାରା କରେ ଦିଗକୁ ଇଶାର

ଦେଇଛି କେଉଁ କାଳୁ ପରିଚୟ ସମୟର

ପ୍ରେମ ପାଇଁ କେବେ କେବେ ହୋଇଛି ନିଆରା

ଦୁଇ ମନ ଦୁଇ ପ୍ରାଣକୁ କରିଛି ଉଦ୍ଧାର।।


ତାରା ଅଟେ ସଞ୍ଜ ପାହାନ୍ତିଆ ର ଉଦାହରଣ 

ବିଜ୍ଞାନ ଆବିଷ୍କାର ର ଅଟଇ ଜୀବନ୍ତ କାରଣ

ପାର୍ଥୀବ ଶରୀର ଯେବେ ହୋଇଯାଏ ଲୀନ

ମଣିଷର ଭାବନା ରେ ସମୟ ହୁଏ ଗଣନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract