ତାରା
ତାରା
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର
ରାଜ ବୈଦ୍ୟ କର୍ମେ ସଦା ତତପର
କରନ୍ତି କେତେ ଆଦର ।
ସମୟ ସ୍ରୋତର ସ୍ନିଗ୍ଧ ବେଳାରେ
ହେଲି ମୁହିଁ ପର ଗୋତ୍ର
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର ।
ବାନର କୁଳର ରାଜା ବାଳି ବୀର
କିସକିନ୍ଦା ରାଜ୍ୟ ର ରାଜା
ବଡ଼ ଶସମ୍ମାନେ ବରିଲେ ମୋ ପିତା
ନ ଥିଲାକ ଆନ ଖୋଜା ।
ପତି ଧର୍ମ ପାଳି ସତୀ ଶିରୋମଣୀ
ରହିଲି ସ୍ୱାମୀ ପାସର
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର ।
ଯାବତ ଚନ୍ଦ୍ରର୍କ ଦିନ ଯାଉଥିଲା
ଆରାମଦାୟିନୀ ବିତି
ସ୍ୱାମୀ ଦେବରଙ୍କ କି ହୋଇଲା ସତେ
ନ ପଡିଲା ତାଙ୍କ ଯତି ।
ରାଜ୍ୟ ରାଜ ପଦ ପାଇଁ ଲାଗି କଳି
ସମର ହୋଇଲା ଘୋର
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର ।
କପଟି ଶ୍ରୀରାମେ ମାୟା ଆଚରିଲେ
ରଣେ ହତ ମୋର ସ୍ୱାମୀ
ଆକର୍ଷି ଦେବର ମୋର ଜୁତି ଘର
କେମିତି ସହିଲା ଭୂମି ।
ବୁଝିଲେନି ତିଳେ ପ୍ରଭୂ ରଘୁରାଣ
ସତୀତ୍ୱ ପଣେ ଆଦର
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର ।
ସତୀସ୍ବାଧୀ ବାକ୍ୟ ନୁହେଁକେବେ ଆନ
ଦେଇଥିଲି ଅଭିଶାପ
ଅଚିରେ ପ୍ରାପାତ ହୋଇଲା ନିଶ୍ଚୟ
କରୁଛି ମୁଁ ପଶ୍ଚାତାପ ।
କେମିତି ପ୍ରତ୍ୟେହ ପ୍ରାତଃ ସମୟର
ମନ୍ତ୍ରେ ନାମ ମୋ ସ୍ୱାକ୍ଷର
ଲଙ୍କା ଦ୍ବୀପ କନ୍ୟା ରୂପେ ଅନୁପମା
ସୁସେଣ ପିଅର ମୋର ।
