STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ତାରା

ତାରା

1 min
242


ନିତି ରାତିରେ ମୁଁ,

ନିରେଖି ଦେଖଇ

ତାରା ଭର୍ତି ସେ ଅାକାଶ ର ଛାଇ !!

ନିତି ଖୋଜୁଥାଇ

ଜେଜେ,ଜେଜେ ମା

କହି ଯାଇଥିଲେ ଦୁହେଁ ଯିବେ ତାରା ହୋଇ !!

କହି ତ ନଥିଲେ

କେଉଁ ଦୁଇ ତାରା

ସବୁ ତାରା ଶୋଭା ଦିଶେ ପ୍ରାୟ ମଣି ମୁକ୍ତା ହୀରା !!

କହି ଦିଅ ତୁମେ

ଇଶାରା ରେ ଖାଲି

ବେଶୀ ଚିକମିକ ଦିଶି କେବେ ଦେବା ଧରା !!

ଅନେକ ବରଷ

ଛାଡ଼ି ଚାଲି ଗଲ

ତୁମେ ଦୁଇ ଥିଲ ମୋର ସ୍ମୃତି ଅପାଶୋରା !!

ଭୁଲି ମୁଁ ପାରୁନି

ତୁମ ମିଠା କଥା

ସ୍ନେନେହ ଦୋଳିରେ ଅମୃତ ଆସରା !!

ମୋ ମନ ଆକାଶେ

ସ୍ମୃତି ସୌଧ ରେ

ଚିର ଅମଳିନ ତୁମେ ଦୁଇ ପ୍ରତି ଛବି !!

ଆଜି ମୁଁ ଚିନ୍ତଇ

ଅତୀତ ସମୟ

ସ୍ନେହବୋଳା ମୁହଁ କେବେ ଭୁଲି ନ ପାରିବି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract