STORYMIRROR

Durjyodhan Barik

Children

3  

Durjyodhan Barik

Children

ତାରା

ତାରା

1 min
261


ତାରା ମାନେ ତମେ କେଉଁଠି ରୁହ

ଦିବା ଆଲୋକ ରେ ଅଦୃଶ୍ୟ ହୁଅ।

ରାତ୍ରି ହୋଇ ଗଲେ ଛଇ ଦେଖାଅ,

ନୀଳ ଆକାଶରେ ବିଛାଇ ଯାଅ ।

ଜହ୍ନ ରାଇଜରେ ତୁମର ଘର,

ଆମ ଘରଠାରୁ ବହୁତ ଦୂର ।

ଦେଖିଲେ ତମକୁ ଲାଗଇ ଖୁସି,

ଅତି ଆନନ୍ଦରେ ଦିଏ ମୁଁ ହସି ।

ଆସନ୍ତ କି ଦିନେ ଘରକୁ ଆମ,

ଅତି ଶରଧାରେ ବୁଲାନ୍ତି ଗ୍ରାମ ।

ମାଆ ହାତ ରନ୍ଧା ପୁରି ଓ କ୍ଷୀରି,

ସରାଗରେ ଖାଇ ଯାଆନ୍ତ ଫେରି ।

ସଞ୍ଜ ନଇଁଗଲେ ଦିଅନ୍ତ ଦେଖା,

ଚିରଦିନ ପାଇଁ ହୂଅନ୍ତେ ସଖା ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children