Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Abstract

3  

Sanuja Meghamala

Abstract

ତାରା ଫୁଲ

ତାରା ଫୁଲ

1 min
225



 ଆକାଶ ରେ ସଂଜ ନଇଁ ଗଲେ

 ତାରା ଫୁଲ ଙ୍କ ରୋଷଣୀ ଚାଲେ ।


ଝିଲି ମିଲି ତାରା କି କଥା କହେ

 ସେ କଥା କୁହା ବୁଝିଚି କିଏ ?


ତାରା ମାନେ ଥରେ ଦିଅ କହି

କେମିତି ସବୁ ଯାଉଛ ସହି।


 ନିତି ଆଲୋକ ଦେଉଛ ଢାଳି

 କାହା ପାଇଁ ତୁମେ ଯାଅ ଜଳି !


ହେଉ ଅମାବାସ୍ୟା ,ପୂର୍ଣ୍ଣମୀ ରାତି

ଚିକ ମିକ ହୋଇ ହସ କେମିତି?


ଚୁନା ଚୁନା ତାରା ଫୁଲ ମେଳେ

ସପନ ମୋ ଲୁଚକାଳି ଖେଳେ।


ସପନ ଡେଣା ମେଲି ଆକାଶେ

ଉଡି ବୁଲଇ  ମନ ହରଷେ ।


ତାରା ଫୁଲଙ୍କ ମଧୁର ହସ

ମନେ ଭରଇ ଶକ୍ତି ବିଶ୍ୱାସ ।


ଛୋଟ ହେଉ ଅବା ବଡ଼ କେହି

ସୃଷ୍ଟି ଆମ ଜଗତ ହିତ ପାଇଁ ।




 







   



Rate this content
Log in

Similar oriya poem from Abstract