STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ତାରା(୧)

ତାରା(୧)

1 min
248


ତାରା ଫୁଲ ହସେ ସବୁଜ ବୃନ୍ତରେ

ଦେଖି ହୁଏ ଆତ୍ମହରା

ସଞ୍ଜୁଆ ଆକାଶେ ପୁଞ୍ଜା ପୁଞ୍ଜା ତାରା

ଅପରୂପ ରୂପେ ତୋରା ।।


ଅନ୍ଧାର ବିବଶେ ସୁନୀଳ ଆକାଶେ

ତାରକାର କାରୁକାର୍ଯ୍ୟ

ତନ୍ମଧ୍ୟରେ ଜହ୍ନ କେଡ଼େ ଶୋଭାବନ

ଅପୂର୍ବ କଳା ଭାସ୍କର୍ଯ୍ୟ ।।


କେଉଁ ଚିତ୍ରକର ଚାରୁଚିତ୍ର ମୟ

ସପ୍ତର୍ଷିମଣ୍ଡଳ ସୃଜି

ସତୀ ଅରୁନ୍ଧତୀ ବଶିଷ୍ଠ ଯୁବତୀ

ତାରକା କୁ ଦେଲା ଖଞ୍ଜି ।।


ଚନ୍ଦ୍ର ଙ୍କ ସମିପେ ରୋହିଣୀ ନକ୍ଷତ୍ର

ଗ୍ରହାଣୁ ପୁଞ୍ଜ ମଣ୍ଡଳେ

ପହାନ୍ତିଆ କୁଆଁ ତରା କି ସତରେ

ଆହାକି ସୁଢଳେ ଝଳେ ।।


ଧ୍ରୁବମଣ୍ଡଳ ର ଉଜ୍ଵଳ ଜ୍ୟେତିସ୍କ

ଚମକେ ଯେ ଧ୍ରୁବ ତାରା

ନାବିକ ଅଗାଧ ଜଳେ ଥାଇ ଦିଗ

ନିର୍ନିୟ କରଇ ପରା ।।


ଲାଞ୍ଜାତାରା କେବେ କେବେ ପଡ଼ିଥାଏ

ଧୁମକେତୁ କିଏ କହେ

ଜୀବ ଜଗତରେ ପ୍ରକୃତି ନିୟତି

ସହ ତାଳଦେଇ ଧାଏଁ ।।


ଉଲ୍-କା ପତନ ଅଲୈ।କିକ ପୂର୍ଣ୍ଣ

ବୈଚିତ୍ର୍ୟ ସୈ।ର ଜଗତେ

ତାରା ଖସିପଡେ କୁହେ ଆଈ,ମା

(ଅବା)ଆସିଲେ ବିପଦ ସତେ ।।


ଏ ସର୍ବତ୍ର ଗ୍ରହ ନକ୍ଷତ୍ର ମଣିଷ

ଜୀବନକୁ ପ୍ରଭାବିତ

କରନ୍ତି ଜୀବନ ଜାତକେ ସଂସାରେ

ତାରେ କରେ ପ୍ରଣିପାତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics