Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Abstract Inspirational

4.0  

Pranati Mahapatra

Abstract Inspirational

ତାଙ୍କ ଦାନ

ତାଙ୍କ ଦାନ

1 min
249



ଶକ୍ତ ଆମ ହସ୍ତ ସୃଷ୍ଟି କର୍ତ୍ତା ପରା

ଗଢିଛନ୍ତି ମନ ଦେଇ,

ସୁନ୍ଦର ରୂପର ଜ୍ଞାନ ଗୁଣ ଭରି 

ପୃଥିବୀକୁ ଦେଲେ ପଠାଇ।


ଶ୍ରୀହସ୍ତରେ ଦେଲେ ପରିପୂର୍ଣ୍ଣ ଅଧି-

କାର ଧରା ମାନବଙ୍କୁ,

ଧର୍ମ କର୍ମ ପୂଣ୍ୟ ସତ୍ୟପଥେ ଯିବା

ପାଇଁ ଦେଲେ ବିବେକକୁ।


ସର୍ବଗୁଣେ ପରିପୂର୍ଣ୍ଣ ହୋଇ ନର 

ଗଲାଣି ଏବେ ଚନ୍ଦ୍ରକୁ,

ବୈଜ୍ଞାନିକ ଜ୍ଞାନ କୌଶଳେ ମାନବ

ସମ୍ଭବ କରେ ଅସମ୍ଭବକୁ।


ଏ ଧରାରେ ଶ୍ରେଷ୍ଠ ଜୀବ ସେ ବୋଲାଏ

ତା ସମ ନାହିଁ କେ ଆନ,

ସତ୍ ପଥେ ସତ୍ୟକର୍ମେ ଲଗାଇଲେ 

ସୁଖେ ବିତିଯା'ନ୍ତା ଦିନ।


ହେଲେ ଆଜି କିଛି ଅପଥେ ଗମି ସେ

ବିନାଶକୁ ଆମନ୍ତ୍ରଣ,

ଫଳ ସ୍ଵରୁପ ଭୋଗି ଭୋଗାଉଛି

ସଭିଙ୍କୁ ନାନା କଷଣ।


ତଥାପି ଏବେବି ସମୟ ତ ଅଛି 

ଫେରିବାକୁ ସତପଥେ,

ସୁଖ ଓ ଶାନ୍ତିରେ କାଳାତିପାତ ସେ

କରିବ ଏହି ଜଗତେ।


Rate this content
Log in

Similar oriya poem from Abstract