STORYMIRROR

Sunanda Mohanty

Fantasy Others

3  

Sunanda Mohanty

Fantasy Others

ତାଲାବନ୍ଦ

ତାଲାବନ୍ଦ

1 min
11.5K

ମାଆ ରଖିଥିଲେ ଏକୋଇଶି ଦିନ 

ତାଲାବନ୍ଦ ରେ ସଭିଙ୍କୁ 

ବାପା ରଖିଥିଲେ ପିଲାଦିନସାରା

ଭଲ ମଣିଷ ହେବାକୁ 

ବାହାଘର ଯାଏଁ ଝିଅ 

ତାଲାବନ୍ଦ ରେ ରୁହେ 

ବାହାଘର ପରେ ଶାଶୁଙ୍କ

 ତାଲାବନ୍ଦ ରେ ଥାଏ 

ବାହାହେଲା ପୁଅ ବିବାହ ପରେ 

ରହିନି କେତେ ହିସାବ କାହା ପାଖରେ 

ଯାହାକୁ ଭାବୁଛେ ତାଲାବନ୍ଦ ନୁହଁ

ଗଭୀରରେ ଭାବି ଦେଖ

ସମେସ୍ତେ ନିଶ୍ଚୟ ଚାହାନ୍ତି ଏକାନ୍ତବାସ 

ଉଦାହରଣ ରାମାୟଣ ମହାଭାରତ 

ତାଲାବନ୍ଦ ରେ ନିଶ୍ୱାସ ମାରୁଛି ପକ୍ଷୀ 

ରୋଷଣୀ ରୁ ବର୍ତ୍ତୀ ଯାଇଛି ଆଖି 

ମୁଣ୍ଡ ପୁରେଇବା ଦୁର୍ଗନ୍ଧ ଯାଇଛି ଶୁଖି 

ଆଉଯାହା ବାକି ଅଛି ଧର୍ଯ୍ୟ ସାହସ ରଖି 

କରୋନା ହରାଇ ଭୁତାଣୁକୁ ଜିତି 

ଜୀବନ କଣ ଯାଇଛେ ଶିଖି 

ଗଛପତ୍ରର ସବୁଜିମା ହସ

ମୁଁ ବି ପାରୁଛି ଦେଖି 

ସତ କହିବୁକି ସଖି 

ତାଲାବନ୍ଦ ଘରେ ଏକାନ୍ତ ପ୍ରେମରେ 

କିଏ ନୁହେଁ ଆଶ୍ୱସ୍ତ,

ବିଶ୍ୱାସେ ଜଗନ୍ନାଥଙ୍କୁ ଥରେ ଦେଖି ।


Rate this content
Log in

Similar oriya poem from Fantasy