STORYMIRROR

Kalandi pal

Inspirational

3  

Kalandi pal

Inspirational

ସୁଯୋଗ

ସୁଯୋଗ

1 min
202

ସୁଯୋଗ ସୁଦିନେ ସମୟ କାନନେ

ଉଙ୍କି ମାରେ ଉଜ ଜାଗ୍ରତ ଜୀବନେ ।।


ଜୀବନ ଯମୁନା ଅଟେ ଖରସ୍ରୋତା

ସୁଯୋଗ ଦୂର୍ଯୋଗ ଭୋଗି ସାମରଥା ।।


ସୁଯୋଗ ସୁକୁଞ୍ଜେ ସଦୁପଯୋଗରେ

ହାତୁ ହାତଛଡ଼ା ଦୁର୍ଭାଗ୍ୟ ଯେ କରେ ।।


ଦୁର୍ଯ୍ୟୋଗ ଦୁର୍ଦ୍ଦିନେ ଦମନର ଫାଶେ 

କ୍ଷଣେ କ୍ଷଣପ୍ରଭା ପ୍ରାୟ ମାଡ଼ି ବସେ ।।


ସାହସ ସଞ୍ଚୟ  କରି ଏକତ୍ରିତ

ଦୃଢେ ଦୃଢ଼ବନ୍ଧ  ବନ୍ଧାଅ ତୁରିତ ।।


ଧୈର୍ଯ୍ୟହରା ଧାମେ ଧିକାରେ ଭାଗ୍ୟକୁ

ବୃଥା ଆସ୍ଫାଳନେ ଦୋଷୀରେ ଅନ୍ୟକୁ ।।


ସୌଭାଗ୍ୟ ସୁଯୋଗ ପାଏ ଜ୍ଞାନବାନ

ବିଚାର ବିମର୍ଷେ  କରେ ଆହରଣ ।।


ସୁଯୋଗ ଦୁର୍ଯ୍ୟୋଗ ମଣେ ଏକାକାର

ଜୀବନର ପଥ  ମସୃଣ ବନ୍ଧୁର ।।


ଅଙ୍କା ବଙ୍କା ରାସ୍ତା  କଣ୍ଟକିତ ପଥ

ଚାଲି ନ ପାରିଲେ ପଥ ଯେ ବିପଥ ।।


ଜୀବନେ ଜୀବନ ଭାର ବହି ବହି

ସୁଯୋଗ ଦୁର୍ଯ୍ୟୋଗ ଲେଖି ଅଛି ବିହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational