Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସୁଯୋଗ ଆସିବ ପୁଣି ଚାଲିଯିବ

ସୁଯୋଗ ଆସିବ ପୁଣି ଚାଲିଯିବ

1 min
250



 

ସୁଯୋଗ ଆସିବ ପୁଣି ଚାଲିଯିବ ଚିନ୍ତାରଖ ସେଥିପାଇଁ,

ହାରିଯିବା କିବା ପରାଜୟ ହେବ, ତାକୁ ଚିନ୍ତାକର ନାହିଁ |

 

ମସ୍ତିସ୍କ ଆକାର ପ୍ରକାରକୁ ଦେଖି ସଫଳତା ମିଳେନାହିଁ,

ଉନ୍ନତ ଭାବନା ଉପସ୍ଥିତ ବୁଦ୍ଧି ସଫଳତା ଆଣେ ବୋହି |

 

ନିଜକଥାଟିକୁ ଶୁଣେଇବା ପାଇଁ ଯୁକ୍ତି ପ୍ରମାଣିତ ପାଇଁ,

ସଭା-ସମିତି ବା ଘରେ କି ବାହାରେ ଚିତ୍କାର କରିବା ନାହିଁ |

 

ଯଦି ଭାଷା ଭଦ୍ର, ଯୁକ୍ତି ସାବଲୀଳ ନମ୍ରହୋଇ କଥାହେବେ,

ନିଜଲୋକ ଛାଡ଼ ଅଜଣା ଲୋକ ବି ଶୁଣିବାକୁ କାନେଇବେ |

 

ଈଶ୍ଵର ବିକନ୍ତି ସଫଳତା ମଞ୍ଜି, ଶକ୍ତି ଓ ସାହସ ସାର,

କିଣିବା ଲୋକର ନିଷ୍ଠା ଶ୍ରଦ୍ଧା ଥିଲେ ଫଳିବ ଫସଲ ତା'ର | 



Rate this content
Log in