Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ସୂତାଖିଅ ପରି

ସୂତାଖିଅ ପରି

1 min
182



ଅନୁଭୂତିରେ ଜୀବନ -ସଂପର୍କ

ଅନୁମାନରେ ଜୀବନ -ମହକ

ଅନୁମେୟରେ ଜୀବନ- କୁହୁକ ।


କେବେ ଗେଣ୍ଡୁମାଳର ସୂତାଖିଅ ପରି

 ଭାରି ସରୁ ପାତଳ ଦୁର୍ବଳ 

କେବେ ହଳଦୀ ଗୁରୁଗୁରୁ ନିର୍ମୁଳି ଲତା ପରି

ଚେର କାଣ୍ଡ ବିହିନ ଭାରି ନିର୍ବଳ ।


କେବେ ଡବଲ ବୁଲ୍‌ ସିମେଣ୍ଟ ପରି 

ଯୋଡି ପାରେ ଭଙ୍ଗା ଫଟା ହୃଦୟ

କେବେ ଫେଭିକଲ୍‌ ଫେଭିକ୍ୟୁଇକ୍ ଅଠା ପରି

କ୍ଷଣଭଙ୍ଗୁରତା ପାଇଁ ସଦୟ ସହାୟ ।


ଲାଜକୁଳି ଲତା ଠୁ ଉର୍ଦ୍ଧରେ 

ଛୁଇଁଲେ ମଉଳେନା ଲାଜରେ

ମାଟି କଣ୍ଡେଇ ଠୁ ଉପରେ

ଖସିଗଲେ ଭାଙ୍ଗେନା ଭୟରେ ।


ଅଭିଜ୍ଞତାରେ ଜୀବନ - ଦର୍ଶନ

ଅନୁଚିନ୍ତାରେ ଜୀବନ - ମନ୍ଥନ

ଅନୁମତିରେ ଜୀବନ - ବନ୍ଧନ ।


ଗଙ୍ଗଶିଉଳି ଫୁଲ ଠୁ ଅଲଗା

ଝଡି ଯାଏନା କିଛି କ୍ଷଣରେ

ଆକାଶର ଇନ୍ଦ୍ରଧନୁ ଠୁ ସୁଭାଗା

ଲିଭି ଯାଏ ନା କିଛି ସମୟରେ ।


ସହନଶୀଳତାରେ ଜୀବନ-ମନ୍ତ୍ର

ତ୍ୟାଗ-ତର୍ପଣରେ ଜୀବନ-ପାତ୍ର

ଦାନ-ଦକ୍ଷିଣାରେ ଜୀବନ -ଗାତ୍ର ।


ସଂପର୍କର ସେହି ସରୁ ସୁତା

ଧିରେ ଧିରେ ବାନ୍ଧେ 

ଆବାଳ ବୃଦ୍ଧ ବନିତା ।


ସଂପର୍କର ସେହି ସାନ ଅଠା

ଶୀଘ୍ର ଶୀଘ୍ର ଯୋଡ଼େ

ଫଟା ଭଙ୍ଗା ମନକୁ

ଦଦରା ହୃଦୟକୁ କଠା କଠା ।


Rate this content
Log in

Similar oriya poem from Inspirational