Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତୁତେ ମହାଲକ୍ଷ୍ମୀ

ନମସ୍ତୁତେ ମହାଲକ୍ଷ୍ମୀ

1 min
283



ମାଣବସା ଗୁରୁବାର ଆଜି ଶେଷ ପାଳି

  ପୂଜା ତୋର ମହାଲକ୍ଷ୍ମୀ ସାଗରଦୁଲାଳୀ l

ଓଡ଼ିଆର ଘରେ ଝୋଟି ଲକ୍ଷ୍ମୀପାଦ ଚିତା

  ଖଟୁଲିରେ ଭରା ଧାନମାଣ ଧାନମେଣ୍ଟା l


ମୂଳା ସୋରିଷଫୁଲରେ ସଜ୍ଜିତ ଖଟୁଲି

ଶ୍ୱେତପଦ୍ମ ଶ୍ୱେତପୁଷ୍ପେ ଶୋଭା ଅର୍ଘ୍ୟଥାଳି l

ଘରେ ଘରେ ଶୁଭେ ମାଆ ଶୁଭଶଙ୍ଖ ନାଦ

ଗୃହିଣୀ ବାଢ଼ନ୍ତି ମାଆ ଲକ୍ଷ୍ମୀଙ୍କ ନୈବେଦ୍ୟ l


'ନମସ୍ତେ କମଳା ମାଗୋ ସାଗରଦୁଲଣୀ

ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ'

ବଳରାମ ଦାସ ବାଣୀ ଶ୍ରୀ ଲକ୍ଷ୍ମୀ ପୁରାଣ

ଘରୁଘରୁ ଭାସି ଆସେ ଦିବ୍ୟ ଗୁଞ୍ଜରଣ l


ଘରଣୀଙ୍କ ହୁଳହୁଳି ନାଦେ ପ୍ରକମ୍ପିତ

ସର୍ଷପକୁସୁମ ପକ୍ବଧାନେ ଶୋଭା କ୍ଷେତ l

ଧନ ଧାନ୍ୟେ ପୂର୍ଣ୍ଣ ଉଲ୍ଲସିତ ହୁଏ ଧରା

କରୁଣାମୟୀ ମାଆ ତୋ କଲ୍ୟାଣପସରା l


ଧନ,ଜନ,ଗୋପ,ଲକ୍ଷ୍ମୀ ଦାତ୍ରୀ ତୁ ଜଗତେ

ନମସ୍ତୁତେ ମହାଲକ୍ଷ୍ମୀ ନମସ୍ତେ ନମସ୍ତେ l

ମାଣ ବସା ଗୁରୁବାର ଶ୍ରୀଲକ୍ଷ୍ମୀ ପୂଜନ

ମାର୍ଗଶୀରମାସ ଅନ୍ତେ ହେଲା ସମାପନ l


ଶେଷପୂଜା ଅର୍ଘ୍ୟ ଦାନେ କରୁଛୁ ଦୟିନୀ

ଦୟା ରଖିଥିବୁ ସଦା ଲକ୍ଷ୍ମୀ ଠାକୁରାଣୀ।


Rate this content
Log in

Similar oriya poem from Inspirational