STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମୁଣ୍ଢିଆ ଖଣ୍ଡା

ମୁଣ୍ଢିଆ ଖଣ୍ଡା

1 min
3


ଚାରି ଦିନର ଜୀବନ

ସମସ୍ତେ କହନ୍ତି

କଥା କଥାରେ ଉଦାହରଣ ବାଢନ୍ତି

ମାତ୍ର ଏହି ଚାରି ଦିନର ଜୀବନ ନଈ

ପହଁରି ପହଁରି ମଣିଷ ବିଚରା 

କେବେ ଶୋକରେ କଇଁ କଇଁ

କେବେ ସମସ୍ୟାରେ ହାଇଁ ପାଇଁ


ମାଗିଲୁ ଯଦି ସାହାର୍ଯ୍ୟ କେବେ ହାତପତେଇ

ଜଗତ କହିବ ଚାଲାଖ ଚତୁର ଶୁଣୁ ଶୁଣେଇ

ବୁଦ୍ଧିରେ ପ୍ରଖର ବିଲୁଆ ବାଗେ ହଡ଼ବଡେଇ


କହିଲୁ ଯଦି ବୁଲେଇ ବଙ୍କେଇ ବଲଵଲେଇ

ତର୍କରେ ବକ୍ରରେ ଚକ୍ରରେ ଦେଲୁ ସଫେଇ

ଜଗତ କହିବ ମହା ଚାଲୁଆ ଗାଲୁଆ

ତରଳ ସରଳ କଥା ଛଳରେ ପବନ କରୁଛି

ମହା ପେଞ୍ଚୁଆ ଶକୁନି ଚାଣକ୍ୟ ବଂଶିଆ


କମ୍ କହିଲୁ ଯଦି ନିସ୍ତାର ନାହିଁ

ଗଇଁମାରିଆ ଚୁପ୍ ସଇତାନିଆ 

ମଉନମୁହାଁ କାଳିଆଭୂଆଁ ଆଦି

ବିଖ୍ୟାତ ବିଶ୍ଳେଷଣ ବିଷେଷଣରେ

ବସେଇ ଦେବେନି ରଖେଇ ଦେବିନି

ଯେତେ ଯତନ କଲେ ବି ହେବ ବା କାହିଁ


ସମସ୍ୟା ହେଲା କି ଲୋକେ କହିବେ

ବେସି କହିଲେ ବି କହିବେ 

କମ୍ କହିଲେ ବି କହିବେ

ଚୁପ୍ ରହିଲେ ବି କହିବେ

ତାଙ୍କ କାମ ହେଲା କହିବା

ଚର୍ବିତ ଚର୍ବଣ କରି ବୁଲେଇ ବଙ୍କେଇ

ଶୁଣେଇ କରି କହିବା ହିଁ କହିବା


କୁହନ୍ତି କପିଳ ନନା

କୁହା ମୁଣ୍ଡା ଗୋପାଳମାନେ

ସାଜିବାକୁ ସମାଜର ବଡ଼ପଣ୍ଡା

ବିନା କାରଣରେ ବି ଅଣଚାଷ ପବନ

ବୁହେଇ ଦେବେ ମୁଣ୍ଢିଆ ଖଣ୍ଡା

ଯାଦୁ କାଛୁ କୁଣ୍ଡିଆ କି ପ୍ରକାର ବ୍ୟାଧି

ପଦନା ଟାଉଟରମାନେ କି ପ୍ରକାର ଅବଧି ।।


Rate this content
Log in

Similar oriya poem from Tragedy