Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramodini Parichha

Inspirational

4  

Pramodini Parichha

Inspirational

ବଡପଣ

ବଡପଣ

1 min
405


ଦୁନିଆ ଦାଣ୍ଡରେ

   ଆଜି ମୁଁ ନିସାହା

   ସାହା ମୋର କେହି ନାହିଁ

ମୋର ମୋର ବୋଲି

   ଯାହାକୁ ଖୋଜିଲି

      ସିଏ ବି ହଜିଲା କାହିଁ।


ଦୂର ତାଳ ବଣ

   ଦୂରରୁ ସୁନ୍ଦର

      ପାଖରୁ କଣ୍ଟକ ପୂର୍ଣ୍ଣ

ଦୁଃଖ ବେଳେ ସବୁ

     ଭଙ୍ଗିଳ ପର୍ବତ 

       ନିମିଷେ ହୋଇବେ ଚୂର୍ଣ୍ଣ ।


ବୃନ୍ତରୁ କୁସୁମ 

    ହୋଇବ ଅଲଗା

      ପଥ ପ୍ରାନ୍ତେ ଯିବହଜି

ଜିତିବା ଆଶାରେ

     ହାରିଯିବ ସିନା

        ଜୀବନ ର ଶେଷ ବାଜି ।


ଇତିହାସ ଆଉ

     ସାହିତ୍ୟ ପୃଷ୍ଠାରେ

       ରହିବନି ବଳିଦାନ 

ଶୂନ୍ୟ ରୁ ଆସି ସେ

     ଶୂନ୍ୟରେ ମିଶିବ

        ଏହିତା'ର ବଡପଣ।


Rate this content
Log in

Similar oriya poem from Inspirational