Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajendra Kumar Senapati

Inspirational

4  

Rajendra Kumar Senapati

Inspirational

ମା ଓ ମମତା

ମା ଓ ମମତା

1 min
407



ମାଆ ଶବ୍ଦ ଡ଼ାକ    ସୁଧା ସମ ଲାଗେ

     ମନକୁ ମିଳଇ ତୃପ୍ତି, 

ତୁମେ ପୂଣ୍ୟବତୀ     ଅଟ ମହା ତ୍ୟାଗୀ 

     ସତ୍ୟ ଶାନ୍ତିର ବିଭୂତି ।


ମୋ' ଜୀବନ ପାଇଁ    ତା'ର କେତେ ଦୁଖ  

     ବୁଝି ପାରୁଅଛି ଏବେ, 

ସୁକର୍ମର ଧାରା   ଶିଖାଇଲା ମୋତେ

    ବଳିଦାନ କରି କେତେ l


ମାଆ ପଣତର      ସୁରକ୍ଷା କବଚ 

    ଆଉ କେଉଁଠାରେ ନାହିଁ, 

ସନ୍ତାନର ପାଇଁ     ନାରାୟଣୀ ସାଜେ

     ତାସମ ମିଳିବ କାହିଁ l


ନୀଳ ଆକାଶର      ଚାନ୍ଦକୁ ଦେଖାଇ 

     ନାନାବାୟା ଗୀତ ଗାଇ, 

ମୋ ଧନ,ଶଙ୍ଖାଳି     କହୁଥିବ କେତେ 

    ମୋତେ ଦେଉଥିବ ଖୋଇ। 


ସହିବାର ଗୁଣେ    ଅଟେ ପରିପୂର୍ଣ୍ଣା

     ଧରଣୀ ମାତାଙ୍କ ପରି,

ଅନାବିଳ ସ୍ନେହ      ମମତାର ମୂର୍ତ୍ତି

     କା'ଠାରୁ ମିଳିବ ନାହିଁ।


ମାଆ ଶିକ୍ଷା ଦୀକ୍ଷା    ସଂସ୍କାରେ ଗଢ଼ିବା

     ନିଆରା ତା ଅଭିଧାନ, 

ଲାଳନ ପାଳନ    ସନ୍ତାନ ଦାୟିତ୍ଵ 

     ଶ୍ରେଷ୍ଠ ତା'ର ଶିକ୍ଷା ଦାନ।


ଶିଶୁର ପ୍ରଥମ     ଶିକ୍ଷକ ଭାବରେ 

     ଦେଇଥାଏ ମହା ଦୀକ୍ଷା, 

ସନ୍ତାନର ସୁଖ      କାମନା କରିଣ 

    ପ୍ରଭୁ ପାଖେ ମାଗେ ଭିକ୍ଷା।


ଖଟି ଚାଲୁଥାଏ     ଦିବସ ରଜନୀ 

     ସବୁ ଯନ୍ତ୍ରଣାକୁ ସହି , 

ମୁଖଟି ତାଙ୍କର    ସଦା ହସ ହସ 

     ଯନ୍ତ୍ରଣା ଦିଏ ଲୁଚାଇ l


ଜାଣିଛି କିଏସେ     କୁମାତା ହୋଇଛି

    ସନ୍ତାନ ପାଇଁ ତାହାର 

ଅନେକ ଅଛନ୍ତି     ସଂସାର ମଧ୍ୟରେ

    ମା'ଙ୍କୁ କରନ୍ତି ପ୍ରହାର।


କହିବ'ତ କିଏ    ସଂସାର ମଧ୍ୟରେ

    ମାତୃ ଋଣୀ କେହି ନାହିଁ

ଯାହା ଯେତେ କଲେ  ତୁମର ଜୀବନେ

     ପରିଶୋଧ ହୁଏ କାହିଁ।


ମରଣ ଶଯ୍ୟାରେ   ଶୋଇଣ ତ ସିଏ

    ଆମକୁ ଜନମ ଦିଏ

ଗର୍ଭର ବେଦନା   ଭୁଲି ଯାଏ ସିଏ

   କୋଳରେ କାନ୍ଦିଲେ ଆମେ।


ମାଆର ବିକଳ୍ପ   ଅଟେ ଅସମ୍ଭବ 

   ଯଶୋମତି ‌ମାଆ ପରି

ଯେତେ ଗୁଣ ଥିଲେ ଦେଇ ନ ପାରିବେ

    ମାତାଙ୍କ ମମତା ଭଳି।


ବାପା ଚାଲିଗଲେ ‌ ଅନ୍ତର କଥାକୁ

    ମାଆ ସବୁ ବୁଝି ଥାଏ

ମାତୃହରା ହେଲେ  ସବୁ ସରିଯାଏ

    ଚୀର ଦୁଃଖୀ ଅଟେ ସିଏ।


ଶ୍ରୀ ରାମଙ୍କ ପାଇଁ ‌  କୈକେୟୀ ଜନନୀ

    ପାଇଥିଲେ  ଅପ ଯଶ 

ତାହାର ରହସ୍ୟ   ରାମଙ୍କ ମଙ୍ଗଳେ

   ବରିନେଲ ଅପବାଦ।


ସନ୍ତାନ ହିତରେ   ସବୁ ସହି ଯାଏ

     ନଥାଏ ତାହାର ଦୁଃଖ

ତାହାର ସୁଖକୁ    ଜଳାଞ୍ଜଳି ଦିଏ

     ମାତୃତ୍ଵ ପାଇଁ ଶବ୍ଦାର୍ଥ।


ସମ୍ପର୍କ ମଧ୍ୟରେ      ମାଆର ମମତା 

   ସଂସାର ମଧ୍ୟେ ବିରଳ,

ନିର୍ମଳ ହୃଦୟ       ସଭିଙ୍କର ପାଇଁ 

    ଅଟଇ ଶାନ୍ତ ସରଳ l


ସକଳ ଗୁଣରେ   ତୁମେ ବିଭୂଷିତା 

    ତ୍ୟାଗ ତୁମ ଅଳଙ୍କାର,

ଆଶିଷ ମୁଦ୍ରାରେ    ସଦା ତୋର ହସ୍ତ

    କରିବୁ ମୋତେ କଲ୍ୟାଣ।


 ମର୍ତ୍ତ୍ୟ ଠାକୁରାଣୀ   ସଭିଙ୍କ ଜନନୀ 

    ଏଥିରେ ସନ୍ଦେହ ନାହିଁ

ତା ଚରଣ ତଳେ   ମଥା ରହିଥିଲେ

    ଯୋଗ୍ୟ ସନ୍ତାନ ସେହି।



Rate this content
Log in

Similar oriya poem from Inspirational