Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Inspirational Others

4  

ଗଣେଶ୍ୱର ବେହେରା

Inspirational Others

ପୁସ୍ତକ

ପୁସ୍ତକ

1 min
379


ପୁସ୍ତକ ଅନ୍ତରଙ୍ଗ ବନ୍ଧୁ ଟିଏ 

ମନର କୋହକୁ ଅଣ୍ଡାଳି ଥାଏ 

ଏହା କଥା କୁହା ଆତ୍ମା ଟିଏ 

ହସେ, ହସାଏ 

କାନ୍ଦେ, କନ୍ଦାଏ 

ଏକ ଭାବବିହ୍ବଳ ଅନ୍ତଃସ୍ୱର ।


ପୁସ୍ତକ ଭାରି ଅଭିମାନୀ

ରୋକ୍ ଠୋକ୍ ମିଜାଜ୍ ର

ଯିଏ ତା ମନ ଜିଣିଲା 

ସେ ଗୋଟା ପୁଣି ତା'ର ।


ଯିଏ ତାକୁ ହନ୍ତ ସନ୍ତ କରେ 

ଅଭିମାନୀ ପ୍ରେମିକା ପରି 

ସେ ଆଡ ଆଖିରେ ଚାହେଁନା 

ଘରବାହୁଡା ବାଟୋଇ ପାଇଁ 

ସେ ଯଶୋଦା ଟିଏ ।


ସେ ଅପେକ୍ଷାର ଶେଷ ପାହାଚ 

ଉପେକ୍ଷା ର ନିଷ୍ଠୁର ବତାସ 

ସେ ଇତିହାସ କୁ ଜାବୋଡିଥାଏ 

ବର୍ତ୍ତମାନ କୁ ସଜାଡି ଥାଏ।


ଜ୍ଞାନ ପିପାସୁ ଙ୍କର ସେ ଦରଦୀ ଝରଣା 

ବିଦ୍ୱାନ ଲୋକର ଚକ୍ ମକ୍ ଗହଣା ।


ବ୍ୟକ୍ତିତ୍ବ ଗଢିବାର ସେ ନିଖୁଣ ବିନ୍ଧାଣୀ 

ଶୃଙ୍ଖଳା, ସଂଯମତା ତା' ଦୁଇ ଭଉଣୀ

ଜ୍ଞାନ ଭଣ୍ଡାରର ସେ ଆତ୍ମୀୟ ଦୁଆର 

ଜୀବନ ସାଗରର ଫଳନ୍ତି ଜୁଆର ।


 


Rate this content
Log in

Similar oriya poem from Inspirational