ସୂର୍ଯ୍ୟୋଦୟ
ସୂର୍ଯ୍ୟୋଦୟ
ନବ ଭାରତର କିଶୋର କିଶୋରୀ
ଆମେ ଦେଶଜାତି ଭବିଷ୍ୟତ
ଶିକ୍ଷାର ଆଲୋକେ ଉଦ୍ଦୀପ୍ତ ଆମେ
କୈ।ଶଳ ଜ୍ଞାନେ ପ୍ରଶିକ୍ଷିତ
ଦକ୍ଷତା ଆମର କରିବୁ ବିକାଶ
କରୁଛୁ ଶପଥ ମୈ।ନବ୍ରତ ।
ପ୍ରଭାବ ମୁକ୍ତ ଗୁଣାତ୍ମକ ଶିକ୍ଷା
କର୍ତ୍ତବ୍ୟ ନିଷ୍ଠା ଅନୁପାଳି
ନୀୟମିତ ଭାବେ ସ୍ଥାପିବୁ ଆଦର୍ଶ
ଶିକ୍ଷା ଖସଡ଼ାକୁ ଅନୁସରି
ଉତ୍ତମ ସମାଜ ଗଠନ ଉଦ୍ଦେଶ୍ୟ
ସର୍ବହିତେ ଏବଂ ସର୍ବୋପରି ।
ମୋ ଦେଶେ ଗଚ୍ଛିତ ସମ୍ବଳ ପ୍ରାଚୁର୍ଯ୍ୟ
ଖଣିଜ ସମ୍ପଦ ଅସରନ୍ତି
ଭୂମି ସମତଳ କୃଷି ଉପଯୋଗୀ
ବନ ସବୁଜିମା ନଦ ନଦୀ
ସୁଉଦ୍ୟୋଗ ସୁପ୍ରୟୋଗେ
ପ୍ରଗତି ଶୀର୍ଷରେ ପହଞ୍ଚି ପାରିବୁ
ପ୍ରତିଭା ସୁବିନିଯୋଗେ ।
ସ୍ୱାଧୀନ ସ୍ୱତନ୍ତ୍ର ଆମେ ସୁଶିକ୍ଷିତ
ଯୋଜନା ଉତ୍ତମ କର୍ମ ଫଳେ
ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ପ୍ରଶାସନ
ସଚେତ ସଜଗ ଧ୍ୟାନ ବଳେ
ସଫଳତା ଆମ ହେବ କରାୟତ୍ତ
କଷ୍ଟ କଲେ ସିନା କୃଷ୍ଣ ମିଳେ ।
ସ୍ୱ।ସ୍ଥ୍ୟ ଚିକିତ୍ସା ଯାନ୍ତ୍ରିକ ବିଜ୍ଞାନେ
ଯେତେ ରହିଅଛି ସମ୍ଭାବନା
ଉତ୍କର୍ଷ କଠିନ ଅଧ୍ୟବସାୟରେ
ହେବ ନୂଆ ନୂଆ ସଂରଚନା
ହେଲେ ବ୍ୟବସ୍ଥିତ କୃଷି ଶିଳ୍ପ ସଂସ୍ଥା
ବଢିବ ନିଯୁକ୍ତି ଉତ୍ପାଦନା ।
ସମୂହ ଶୃଙ୍ଖଳା ସୁସଂହତି ନିଷ୍ଠା
ସୁଆଲୋଚନା ସମନ୍ୱୟ
ସମୁଜ୍ଜ୍ୱଳ ହେବ ଦିଗନ୍ତ ଉନ୍ମୁକ୍ତ
ହେବ ନୂଆ ସୂର୍ଯ୍ୟୋଦୟ
ନବ ଭାରତର ହେବ ଲିପିବଦ୍ଧ
ସ୍ୱର୍ଣ୍ଣିମ ଅପୂର୍ବ ପରିଚୟ ।
----+++----
