STORYMIRROR

Shiba Charan Mahapatra

Abstract

3  

Shiba Charan Mahapatra

Abstract

ସୂର୍ଯ୍ୟ କାହାର..?

ସୂର୍ଯ୍ୟ କାହାର..?

1 min
83


ରୋପିବାକୁ ରଙ୍ଗ ତୋର ରୁଚିରଙ୍ଗ ହେ' ମିହିର

ରଥାରୁଢେ ଆସ ନିତି ଏ ପୃଥ୍ବୀ ପର

ରସିକ ରସସାଗର ରସାଣ ଏ ମନ ମୋର 

ତୋ ପାଖରୁ ଚୋରାଉଛି ରୂପଶୃଙ୍ଗାର


ହେ' ସୃଜନ ଶକ୍ତି ଈଶ୍ବର

କହିବ କି ଦିବାକର ତୁମେ କାହାର


କନକ ରଙ୍ଗେ କଙ୍କଣ କରିଣ ଅଙ୍ଗେ ବରଣ

ମାରୁଛ କି ରଣେ ଅବା ରକ୍ତିମ ବାଣ

ଶୁଣୁଛ ଆହେ ଅରୁଣ ଜଗତ ଜୀବ ପରାଣ 

ଧ୍ୟାୟୀ ସଦା ତୁମ ନାମ କରନ୍ତି ଗାନ


ହେ ସୃଜନ ଶକ୍ତି ଈଶ୍ବର

କହିବ କି ଦିବାକର ତୁମେ କାହାର


ତେଜ୍ୟୋଦୀପ୍ତ ମୁକ୍ତାହାର ଶୋଭାବର୍ଦ୍ଧନ ତୋହର

ଗଉର ତୁଷାର ଧରା ଦାଣ୍ଡ ଦୁଆର

ସକଳ ଶକ୍ତି ଆଧାର ଆଧାରେ ଚଳେ ସଂସାର 

ଏକଇ ସମ୍ରାଟ ତୁମେ ହେ' ନୃପବର


ହେ' ସୃଜନ ଶକ୍ତି ଈଶ୍ବର

କହିବ କି ଦିବାକର ତୁମେ କାହାର


ନିଶ୍ୱାସେ ଭାସେ ପବନ କେବେ ମନ୍ଦ କେବେ ଘନ

ଘନ ଘନଶ୍ୟାମ ଯେହ୍ନେ ତୋ ପାଇଁ କାଳ

ଲତା ଦୃମ ତୋ ଚୁମ୍ବନ ସାଜେ ରମ୍ୟା ଉପବନ

ସୂର୍ଯ୍ୟମୁଖୀ ପଥ ଚାହିଁ ହୁଏ ବ୍ୟାକୁଳ


ହେ' ସୃଜନ ଶକ୍ତି ଈଶ୍ବର

କହିବ କି ଦିବାକର ତୁମେ କାହାର


ବାଲ୍ୟରୂପ ମନୋହର ରାଜନ ସତ୍ୱରାଶି'ର

ପାଳିବାକୁ ଜୀବଜନ୍ତୁ ସଚରାଚର 

ଦିବା କାଳେ କରି ଘର ଜଳୁଛ ଧୀର ପ୍ରଖର 

ହରବରେ ସାୟଂକାଳେ ଗମନ କର


ହେ' ସୃଜନ ଶକ୍ତି ଈଶ୍ବର

କହିବ କି ଦିବାକର ତୁମେ କାହାର


ରୁଚିରଙ୍ଗ:-ଶୋଭାମୟ ଶରୀର 

ରସାଣ:- ଅଙ୍ଗଲେପ/ତାରକସୀ

ମିହିର:- ସୂର୍ଯ୍ୟ 

ଗଉର:-ଗୋରା

ତୁଷାର:- ସ୍ନିଗ୍ଧ/ଶୀତଳ

ସତ୍ୱରାଶି:- ପ୍ରାଣୀସମୂହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract