STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ସୂର୍ଯ୍ୟ ବନ୍ଦନା

ସୂର୍ଯ୍ୟ ବନ୍ଦନା

1 min
169

ନମସ୍ତେ ଦେବ ମାର୍ତ୍ତଣ୍ଡ କଶ୍ୟପ କୁମର l

ସଂଜ୍ଞା ଛାୟା ଦୁଇ ପତ୍ନୀ ଅଟନ୍ତି ତୁମ୍ଭର ll


ନମସ୍ତେ ଦେବ ଭାସ୍କର ସପ୍ତାଶ୍ଵ ବାହନ l

ସପ୍ତାଶ୍ୱ ବାହନ ରଥେ ସାରଥୀ ଅରୁଣ ll


ନମସ୍ତେ ନମସ୍ତେ ପ୍ରଭୁ ଆହେ ଦିନକର l

ନମସ୍ତେ ଦେବ ସକଳ ଶକ୍ତିର ଆଧାର ll


ତାପଦାନକାରୀ ନମଃ ନମସ୍ତେ ତପନ l

ତପନ କୁଳେ ଜନ୍ମିଲେ ଶ୍ରୀ ରଘୁନନ୍ଦନ ll


ସରଗୁ ଗଙ୍ଗା ଆଣିଲେ ତପେ ଭଗିରଥ l

ଶ୍ମଶାନ ଜଗିଲେ ହରିଶ୍ଚନ୍ଦ୍ର ହାରି ବିତ୍ତ ll


ତପନଙ୍କ କନ୍ୟା ପୁଣି ଶ୍ରୀମତୀ ତପତି l

ମର୍ତ୍ତ୍ୟରେ ବରିଲେ ଆସି ସମ୍ବରଣ ପତି ll


ମହାସିନ୍ଧୁକୂଳେ ଆସି ବଧି ଦୈତ୍ୟ ଅର୍କ l

ସାକ୍ଷୀ ରହିଅଛି ଛିଡ଼ା ମୁକ କୋଣାରକ ll


ସୂର୍ଯ୍ୟ ପୂଜି ଦ୍ଵାପରରେ ଶାମ୍ବ କୃଷ୍ଣ ସୂତ l

ଅବହେଳେ ଲଭିଥିଲେ ବଡ଼ବ୍ୟାଧିମୁକ୍ତ ll


ନମସ୍ତେ ନମସ୍ତେ ବିଶ୍ୱ ନେତ୍ର ଵିବସ୍ୱାନଃ l

ପ୍ରଭାତ ପ୍ରଣତି ଘେନ ସୂର୍ଯ୍ୟ ନାରାୟଣ ll



Rate this content
Log in

Similar oriya poem from Inspirational