STORYMIRROR

Santosh Mishra

Abstract

2  

Santosh Mishra

Abstract

ସଉତୁଣୀ

ସଉତୁଣୀ

1 min
423

ମୋ ପତ୍ନୀ କହିଲା

ମୁଁ ଜାଣିଛି, ହେଲେ

ତୁମ ମୁହଁରୁ 

ଶୁଣିବାକୁ ଚାହେଁ

ସତ କହିବ

କିଏ ବେଶି ସୁନ୍ଦର

ମୁଁ ନା ମୋ ସଉତୁଣୀ,

ଯା ପାଇଁ ତୁମ 

ଦିନ ସରେନି

ରାତି ନିଅଣ୍ଟ

ଆଉ ତା ସଙ୍ଗେ

ତୁମକୁ ନେଇ

ଅନେକ ଅଭୁଲା କାହାଣୀ


ସତ କହୁଛି

ତୁମକୁ ନେଇ

ତାକୁ ଦେଖିଛି

ତୁମ ଆଢୁଆଳରେ

ତାକୁ ଗଢ଼ିଛି,

ତୁମ ଠାରୁ ସେ

ଆହୁରି ସୁନ୍ଦର

ଏ କଥା ମୁଁ କହୁଛି,

ତୁମ ପାଖରେ 

ସ୍ନେହ ମମତା ଅଛି,

ତାକୁ ଥରେ ଅନେଇଲେ

ସ୍ନେହ ଶ୍ରଦ୍ଧା ଆନନ୍ଦ

ସବୁ ପାଇ ଯାଉଛି,

ତୁମକୁ ଆଣିଛି

ତାକୁ ଗଢ଼ିଛି

ସେ ପରା ତୁମ ସଉତୁଣୀ

ତୁମେ କାହିଁକି ତାକୁ କହୁନ କିଛି


କେମିତି ରାଗିବି

ମୋତେ ଦେଖି 

ତାକୁ ଗଢିଛ

ଏ କଥା ମୁଁ ଜାଣିଛି,

ତୁମ କବିତାକୁ 

ମୁଁ ଭଲ ପାଇ

ତୁମର ପ୍ରକୃତ ବନ୍ଧୁ

ହୋଇ ଯାଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract